ଭୁବନେଶ୍ୱର ଏମ୍ସ ପକ୍ଷରୁ ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି

ଭୁବନେଶ୍ୱର ଏମ୍ସ ପକ୍ଷରୁ ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି

ଭୁବନେଶ୍ୱର: ଏମ୍‌ସରୁ ୧୩ ଜଣ ଦଲାଲ ଗିରଫ ହେବା ପରେ ଏମ୍‌ସ କର୍ତ୍ତୃପକ୍ଷ ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କରିଛି। କେଉଁମାନଙ୍କ ସହଯୋଗରେ ଦଲାଲ ସକ୍ରିୟ ଥିଲେ ତଦନ୍ତ କରାଯିବ ବୋଲି କହିଲେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ଡାକ୍ତରଖାନା ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯିବ ଏବଂ ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ ତଦନ୍ତରେ ଟିକେଟ୍ କାଉଣ୍ଟରରେ ଥିବା କୌଣସି ଷ୍ଟାଫଙ୍କ ଲିଙ୍କ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଦଲାଲଙ୍କ ଉପରେ କଡା ନଜର ରଖାଯିବ ବୋଲି ଏମ୍ସ ହସ୍ପିଟାଲ ସୁପରିଟେଣ୍ଡେଣ୍ଡ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

publive-image currentaffairs.adda247.com

ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ୫୦୦ ରୋଗୀ ରହିବା ଭଳି ଧର୍ମଶାଳା ଖୋଲା ଯାଇଛି । ଖୁବଶୀଘ୍ର ତାହା କାର୍ଯ୍ୟକାରୀ ହେବ । ଯାହା ଫଳରେ ରୋଗୀ ଆଉ ହନ୍ତସନ୍ତ ହେବେ ନାହିଁ । ଗତ ଦୁଇ ଦିନ ତଳେ ଏମ୍ସରେ ସକ୍ରୀୟ ଥିବା ୧୩ଜଣ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଡାକ୍ତରଙ୍କ ରୋଗୀ ପରାମର୍ଶ କରିବା ପାଇଁ ଏହି ଦଲାଲ ବ୍ଲାକରେ ଟିକେଟ ବିକ୍ରି କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe