ଜେଲ୍‌ ବାହାରେ ମାଛ ଧରୁଛନ୍ତି ବନ୍ଦୀ

Advertisment

ଫଟୋ ଭାଇରାଲ୍‌ ପରେ ଜେଲର୍‌ ବଦଳି

ଫଟୋ ଭାଇରାଲ୍‌ ପରେ ଜେଲର୍‌ ବଦଳି

ଜେଲ୍‌ ବାହାରେ ମାଛ ଧରୁଛନ୍ତି ବନ୍ଦୀ

ଆନନ୍ଦପୁର: କେନ୍ଦୁଝରର ଆନନ୍ଦପୁର ଜେଲରେ ଚାଲିଥିବା ବେଆଇନ୍‌ କାରବାର ସମ୍ପର୍କରେ ଦିନକୁଦିନ ନୂଆ ତଥ୍ୟ ପଦାକୁ ଆସୁଛି। ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଫଟୋରେ ବନ୍ଦୀମାନେ ଜେଲ୍‌ ବାହାରେ ଏକ ପୋଖରୀରେ ମାଛ ଧରୁଛନ୍ତି। ଏହା ଜଣାପଡ଼ିବା ପରେ ଜେଲ୍‌ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବିବାଦୀୟ ଜେଲର୍‌ ଜୀବନ ସିଂ ମୁଣ୍ଡାଙ୍କୁ ଚମ୍ପୁଆ ଜେଲ୍‌କୁ ବଦଳି କରାଯାଇଥିବା ଜଣାପଡ଼ିଛି। କିଛି ଧରି ଆନନ୍ଦପୁର ଜେଲର୍‌ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଲାଗିରିଥିଲା। ଜେଲର୍‌ ୩ ଜଣ ଓ୍ଵାର୍ଡର ଜେଲର୍‌ ଶ୍ରୀ ମୁଣ୍ଡାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରିଥିଲେ। ଫଳରେ, କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଆଉ ଜଣେ ମହିଳା ଓ୍ଵାର୍ଡର ଜେଲର୍‌ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାତି ୧୦ଟା ପରେ ଜେଲର୍‌ ତାଙ୍କ କ୍ୱାର୍ଟର୍‌କୁ ଆସୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ପ୍ରାରମ୍ଭରୁ ଏହି ଅଭିଯୋଗକୁ ହାଲ୍‌କା ଭାବେ ଗ୍ରହଣ କରିଥିଲେ ଜେଲ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ। ଏବେ ଜେଲ ଅନ୍ତେବାସୀ ନିକଟସ୍ଥ ଗାଡିଆରେ ମାଛ ଧରିବା ଓ ଜେଲରଙ୍କ ଗାଡି ସଫା କରିବା ଫଟୋ ଭାଇରାଲ ହେବାପରେ ଏବେ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନସ୍ୱରୂପ ଜେଲର୍‌ଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe