ସୋସିଆଲ ମିଡିଆରେ ଶ୍ରୀମନ୍ଦିର ପରିସରର ଚାହାଣି ମଣ୍ଡପର ଫଟୋ ଭାଇରାଲ

Advertisment
ସୋସିଆଲ ମିଡିଆରେ ଶ୍ରୀମନ୍ଦିର ପରିସରର ଚାହାଣି ମଣ୍ଡପର ଫଟୋ ଭାଇରାଲ

ପୁରୀ: ଶ୍ରୀମନ୍ଦିର ପରିସରର ପୁଣି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଶ୍ରୀମନ୍ଦିର ପରିସରରେ ଥିବା ଚାହାଣି ମଣ୍ଡପର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଫଟୋରେ ଜଣେ ଯୁବକ ମୋବାଇଲ ଫୋନରେ ଗପୁଥିବାର ଦେଖିବାକୁ ମିଳିଛି। ସେହି ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫଟୋ କେବେ ଉଠାଯାଇଛି, କିଏ ଉଠାଇଛି, ଫଟୋରେ କଥା ହେଉଥିବା ଯୁବକ ଜଣକ କିଏ , ଫଟୋ ଉଠାଇ କିଏ କାହିଁକି ସୋସିଆଲ ମିଡିଆରେ ଅପଲୋଡ କରିଛି ସେ ସଂପର୍କରେ କୌଣସି ଖବର ମିଳିନାହିଁ । ପୂର୍ବରୁ ବହୁବାର ଶ୍ରୀମନ୍ଦିରର ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ବେଳେ ପ୍ରଶାସନ କଡ଼ା କଟକଣା ଜାରି କରିଥିଲା । ହେଲେ ସବୁ ପ୍ରକାର କଟକଣା ଥାଇ ବି ଚାହାଣି ମଣ୍ଡପରେ କେମିତି ଜଣେ ଯୁବକ ଗପୁଥିବା ଫଟୋ ଉଠାଇ ସୋସିଆଲ ମିଡିଆରେ ସେଆର୍ କଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ନୁହେଁ, ବାରମ୍ଵାର ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କ’ଣ କରୁଛି ତାହା ଉପରେ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିର ବାହାରେ କଡ଼ା ସୁରକ୍ଷା ସତ୍ତ୍ଵେ ଲୋକମାନେ ବାରମ୍ଵାର ମନ୍ଦିର ଭିତରେ କିଭଳି ମୋବାଇଲ ବ୍ୟବହାର କରୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ମନ୍ଦିର ଭିତରକୁ ତନଖି କରି ଭକ୍ତଙ୍କୁ ଛଡ଼ା ଯାଉଥିବା ବେଳେ କିଛି ଲୋକ କିଭଳି ସୁରକ୍ଷା ବଳୟ ଭେଦ କରି ସାଥିରେ ମୋବାଇଲ୍ ନେଉଛନ୍ତି ତାହା ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe