ଫେକ୍‌‌ ଆଇଡି ଖୋଲି ଯୁବତୀଙ୍କୁ ଫଟୋ ଭାଇରାଲ୍‌ ଘଟଣା

Advertisment

ସମ୍ବଲପୁର ସାଇବର୍‌ ପୁଲିସକୁ ସଫଳତା, ଅଭିଯୁକ୍ତ ଗିରଫ

ସମ୍ବଲପୁର ସାଇବର୍‌ ପୁଲିସକୁ ସଫଳତା, ଅଭିଯୁକ୍ତ ଗିରଫ

ଫେକ୍‌‌ ଆଇଡି ଖୋଲି ଯୁବତୀଙ୍କୁ ଫଟୋ ଭାଇରାଲ୍‌ ଘଟଣା

ସମ୍ବଲପୁର: ଫେକ୍‌ ଇନଷ୍ଟାଗ୍ରାମ ଆଇଡି ଖୋଲାଯାଇ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ହୋଇଥିଲା। ଏ ନେଇ ଯୁବତୀ ଜଣକ ଗତ ୨୦ ତାରିଖରେ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ସମ୍ବଲପୁର ସାଇବର୍‌ ଥାନା ପୁଲିସକୁ ସଫଳତା ମିଳିଛି। ଫେକ୍‌ ଆଇଡି କୋଲି ଯୁବତୀଙ୍କ ଫଟୋ ଭାଇରାଲ୍‌ କରିଥିବା ଅଭିଯୋଗରେ ପୁଲିସ ବରଗଡ଼ ବରପାଲି ଥାନା କଇରାଟିକରାର ରିପୁନାଥ ମିର୍ଦ୍ଧା(୨୪)କୁ ଗିରଫ କରିଛି।

ସୂଚନାଯୋଗ୍ୟ, କେହି ଜଣେ ଦୁର୍ବୃତ୍ତ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫେକ୍‌ ଆଇଡି ଖୋଲି ସମ୍ବଲପୁର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡ଼ିଥିଲେ। ଏହାସହିତ ଦୁର୍ବୃତ୍ତ ଜଣକ ଯୁବତୀଙ୍କୁ ଅପହରଣ କରିନେଇ ହତ୍ୟା କରିବାକୁ ଧମକ ଦେଇଥିଲା। ଏ ନେଇ ଯୁବତୀ ଜଣକ ଗତ ୨୦ ତାରିଖ ସାଇବର୍‌ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ରିପୁନାଥ ମିର୍ଦ୍ଧା ଉକ୍ତ ଫେକ୍‌ ଆଇଡି ତିଆରି କରିଥିବା ଜଣାପଡ଼ିଥିଲା। ତାପରେ ପୁଲିସ ରିପୁନାଥକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ତା ପାଖରୁ ପୁଲିସ ଏକ ମୋବାଇଲ ଫୋନ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe