ଚଳନ୍ତା ବିମାନରେ ଫଟୋ, ଭିଡିଓ ମନା

ଚଳନ୍ତା ବିମାନରେ ଫଟୋ, ଭିଡିଓ ମନା

Daily Express

ଭୁବନେଶ୍ୱର : ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ଏଣିକି କୌଣସି ଫଟୋ କି ଭିଡିଓ ଉଠାଇ ପାରିବେନି। କେବଳ ବିମାନରେ ଚଢ଼ିବା ପୂର୍ବରୁ କିମ୍ବା ଓହ୍ଲାଇବା ପରେ ଉଠାଇବା ଲାଗି ଅନୁମତି ମିଳିବ। ବିମାନର ସୁରକ୍ଷା ଦୃଷ୍ଟିକୋଣରୁ ଯଦି କେହି ଚଳନ୍ତା ବିମାନରେ ଫଟୋ କି ଭିଡିଓ ଉଠାଇବା ଦେଖାଯାଏ, ତେବେ ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଡିଜିସିଏ ପକ୍ଷରୁ ସମସ୍ତ ବିମାନ ଉଡ଼ାଣ କମ୍ପାନି, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏ ନେଇ ଆଜି ଚିଠି ଲେଖାଯାଇଛି। ବିମାନରେ କୌଣସି ଯାତ୍ରୀ ଯେପରି ଭିଡିଓ ଓ ଫଟୋ ନ ଉଠାଇବେ ତାହା ଉପରେ ବିମାନ ପରିଚାରିକା ନଜର ରଖିବେ। ଏହା ସତ୍ତ୍ବେ ଯଦି କୌଣସି ବିମାନରେ ଏହି ନିୟମ ଉଲ୍ଲଂଘନ ହୋଇଥିବା ଜଣାଯାଏ, ତେବେ ସେହି ବିମାନକୁ ଉକ୍ତ ରୁଟ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଉଡ଼ାଣ କରିବାକୁ ଅନୁମତି ମିଳିବନି। ଏୟାରକ୍ରାଫ୍ଟ ନିୟମ ୧୯୩୭ର ଆକ୍ଟ ୧୩ର ଉଲ୍ଲଂଘନ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଯଦି କେହି ବିମାନ ଉଡ଼ାଣ କରିବା ସମୟରେ ଫଟୋ କି ଭିଡିଓ ଉତ୍ତୋଳନ କରିବାକୁ ଚାହୁଥିବେ, ସେଥିପାଇଁ ଡିଜିସିଏରୁ ଅନୁମତି ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe