ବହୁ ଅପରାଧିଙ୍କ ସହିତ ବିଜେଡ଼ି ନେତାଙ୍କ ଫଟୋ ଅଛି: ବାବୁ ସିଂ

ଏସଆଇ କେଳେଙ୍କାରୀ ଘଟଣାରେ ବିଜେପି ବିଧାୟକ ବାବୁ ସିଂହ ବଡ଼ ଅଭିଯୋଗ ଆଣିଛନ୍ତି। ଶଙ୍କର ପୃଷ୍ଟି ବ୍ରହ୍ମପୁର ଯେଉଁ ଘରେ ଅଫିସ ଚଳାଉଥିଲା, ସେ ଘର କାହାର? ବିଜେଡ଼ି ନେତାଙ୍କ ଘର ନୁହେଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି....

photos of BJD leaders with many criminals: Babu Singh

photos of BJD leaders with many criminals: Babu Singh

ଭୁବନେଶ୍ବର: ଏସଆଇ କେଳେଙ୍କାରୀ ଘଟଣାରେ ବିଜେପି ବିଧାୟକ ବାବୁ ସିଂହ ବଡ଼ ଅଭିଯୋଗ ଆଣିଛନ୍ତି। ଶଙ୍କର ପୃଷ୍ଟି ବ୍ରହ୍ମପୁର ଯେଉଁ ଘରେ ଅଫିସ ଚଳାଉଥିଲା, ସେ ଘର କାହାର?  ବିଜେଡ଼ି ନେତାଙ୍କ ଘର ନୁହେଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ ହେଉ।  ଯେଉଁଠି ଚାଦର ଘୋଡାଇ ହୋଇ ଲୁଚିଲେ ବି ଯମ ଛାଡିବନି।ପୂର୍ବରୁ ବି ଦୁର୍ନୀତି ହେଉଥିଲା କିନ୍ତୁ ସେମାନେ ସବୁ ଧରା ପଡୁଛନ୍ତି  ବିଜେପି ସରକାରରେ।

୨୦୧୯, ୨୦୨୨ରେ ଚାକିରୀ ଦୁର୍ନୀତି କଥା ଦେଖନ୍ତୁ, ଆଜି ଯେଉଁମାନେ ଚାକିରୀ କରିଛନ୍ତି, କେମିତି କରିଛନ୍ତି ତାହା ଚିନ୍ତା କରିବାର କଥା। ୧୧୮ ଜଣ ଧରାପଡିଲେଣି। କେବଳ ଛୋଟ ମାଛ ନୂହେଁ ବଡ଼ ମାଛଙ୍କର ଧରାପଡ଼ିବା  ସମୟ ଆସୁଛି। ଗୋଟିଏ ପଞ୍ଚାୟତର ୨୫ ଜଣ ପିଲା ଚାକିରୀ ପାଇଥିଲେ ବିଗତ ଦିନରେ। ଅତୀତର ସରକାରରେ ଦୁର୍ନୀତି ବଢିଥିଲା।

ସୁବ୍ରତ ଛାଟୋଇ କେଉଁ ଦଳର?  ସେ ବିଜେଡ଼ିର। ବିଜେଡ଼ି ନେତା ତାଙ୍କୁ ଛତା ଧରି ସୁରକ୍ଷା ଦେଉଥିଲେ। ୫୦ରୁ ୬୦ ପ୍ରତିଶତ ଚାକିରି ଗୋଟିଏ ସଂସ୍ଥାରୁ ପାଉଥିଲେ। କେବଳ ଏସଆଇ ନୁହେଁ ବିଗତ ସରକାର ସମୟରେ ଅନେକ ନିଯୁକ୍ତିରେ ସେଇ ସଂସ୍ଥାରୁ ପିଲା ଦୁର୍ନୀତି ମାଧ୍ୟମରେ ଚାକିରି ପାଇଛନ୍ତି।  ବିଗତ ସରକାର ଏ ଚାକିରି ଦୁର୍ନୀତି ବାଟ ଦେଖାଇଥିଲା ଆମ ସରକାର ସେ ବାଟ ବନ୍ଦ କରୁଛି।

ମୁହଁ ଘୋଡାଇ ବାକୁ ବିଜେଡ଼ି ଆନ୍ଦୋଳନ କରିବ।  କାହା ସହ କିଏ ଫଟୋ ଉଠାଇଲେ, ତାକୁ ନେଇ ବିଜେଡ଼ି ରାଜନୀତି କରିଥାଏ। ଯଦି ଏହାକୁ ଦେଖାଯାଏ ତେବେ ତାଙ୍କ ଦଳର ଅଧେ ନେତା ବନ୍ଧା ହେବେ। ବହୁ ଅପରାଧିଙ୍କ ସହିତ ବିଜେଡ଼ି ନେତାଙ୍କ ଫଟୋ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe