Advertisment

୧୦ ଡିଗ୍ରି ତଳେ ୭ ସହର; ଫୁଲବାଣୀ ସବୁଠୁ ଥଣ୍ଡା

Advertisment
୩ ଡିଗ୍ରିରେ ଥରୁଛି ଜି. ଉଦୟଗିରି

The Statesman

ଭୁବନେଶ୍ବର : ସବୁଠୁ ଥଣ୍ଡା ସହର ଭାବେ ପୁଣି ଥରେ ଫୁଲବାଣୀ ରେକର୍ଡ କରିଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୭ ଡିଗ୍ରି ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ୬ ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳକୁ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୯.୮ ଡିଗ୍ରି, କିରେଇ ୮.୭ ଡିଗ୍ରି, ସୋନପୁର ୮.୮ ଡିଗ୍ରି, ଭବାନୀପାଟଣା ୯.୯ ଡିଗ୍ରି, ସେମିଳିଗୁଡ଼ା ୮.୧ ଡିଗ୍ରି ଓ ଜି. ଉଦୟଗିରିରେ ୭.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩ ଡିଗ୍ରି ସେଲ୍‌ସିୟସ୍‌ ରହିଛି, ଯାହାକି ସ୍ବାଭାବିକଠାରୁ ୫ ଡିଗ୍ରି କମ୍‌। ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୮ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅବଶିଷ୍ଟ ଓଡ଼ିଶାର ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାପରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧିପାଇବ। ରାଜଧାନୀ ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟାରେ ଆକାଶ ନିର୍ମଳ ରହିବା ସହ ପାଗ ଶୁଖିଲା ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe