ଫୁଲବାଣୀ ମେଡିକାଲ କଲେଜ ଉଦ୍‌ଘାଟିତ: ୭୫୦ କୋଟିର ୧୦ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

Advertisment

ଶନିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲବାଣୀଠାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି।

ଶନିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲବାଣୀଠାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି।

dfdfcvcvcv

ଫୁଲବାଣୀ: ଶନିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲବାଣୀଠାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି। ଏହାସହ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ୭୫୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମେଡିକାଲ କଲେଜ ଲୋକାର୍ପିତ ହେବା ଫଳରେ ଜିଲ୍ଲାବାସୀଙ୍କର ବହୁଦିନର ସ୍ବପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ‌କନ୍ଧମାଳ ମେଡିକାଲ କଲେଜ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ତାହା ନୁହେଁ, ବରଂ ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।

କନ୍ଧମାଳର ରୋଗୀ ଆଉ କଷ୍ଟ କରି ବ୍ରହ୍ମପୁର, ଭୁବନେଶ୍ବର କିମ୍ବା କଟକ ଯିବେ ନାହିଁ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯାଇଛି। ଏହାଦ୍ବାରା ଓଡ଼ିଶାର ସାଢେ ୩ କୋଟି ଲୋକ ଦେଶର ୨୯ ହଜାର ବେସରକାରୀ ମେଡିକାଲ କଲେଜରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ପାଇପାରିବେ। ଏହା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ତିନିଟି ସ୍ବାସ୍ଥ୍ୟସେବା ଯୋଜନା ଦ୍ବାରା ରାଜ୍ୟର ୮୦ ପ୍ରତିଶତ ସାଧାରଣ ଜନତା ସୁବିଧା ପାଇ ପାରିବେ। ଗତ ୨୪ ବର୍ଷରେ ବିଶ୍ବସ୍ତରୀୟ ସେବା ନାମରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଚଳିତ ବଜେଟ୍‌ରେ ସରକାର କେବଳ ସ୍ବାସ୍ଥ୍ୟସେବା ପାଇଁ ୨୩,୬୩୫ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି। 

କନ୍ଧମାଳରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ କରୋନେସନ୍‌ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜିଲ୍ଲାର ବିକାଶ ପାଇଁ ୭୫୦ କୋଟି ଟଙ୍କାର ୧୦ଟି ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହିସବୁ ପ୍ରକଳ୍ପ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତୀକରଣ, ପର୍ଯ୍ୟଟନର ବିକାଶ, ସଡ଼କ ନିର୍ମାଣ, ମିସନ୍‌ ଶକ୍ତି ବଜାର, ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ପ୍ରକଳ୍ପ ସାମିଲ। କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ତାଙ୍କର ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ଅନେକ ଶିଳ୍ପ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦାରିଙ୍ଗିବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ୧୮ କୋଟି ଟଙ୍କା ଅନୁମୋଦନ କରାଯାଇଛି। ସେହିଭଳି ପୁତୁଡ଼ି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ ଲାଭ କରିଛି। ଅଗାମୀ ଦିନରେ ରାଜ୍ୟର ୩୦ ଜିଲ୍ଲାରେ ୩୦ଟି ମେଡିକାଲ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe