ମାଟ୍ରିକ ପରୀକ୍ଷାରେ ଏହି ଗ୍ରେଡ଼ ପାଇ ପାସ ହେଲେ ଫୁଲବାଣୀ ବିଧାୟକ

Advertisment
ମାଟ୍ରିକ ପରୀକ୍ଷାରେ ଏହି ଗ୍ରେଡ଼ ପାଇ ପାସ ହେଲେ ଫୁଲବାଣୀ ବିଧାୟକ

ଫୁଲବାଣୀ: ଚଳିତ ମାଟ୍ରିକ୍ ପରୀକ୍ଷାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୭୨% ନମ୍ବର ରଖି 'ବି-୧' ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ସେ ମୋଟ ୩୬୪ ନମ୍ବର ରଖିଛନ୍ତି। ଫଳ ପ୍ରକାଶ ପରେ ବିଧାୟକ ଶ୍ରୀ କହଁର ଖୁସି ପ୍ରକାଶ କରିବା ସହ ଗାଁ ନିକଟ ଶିବମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି।

ସୂଚନାଯୋଗ୍ୟ, ବିଧାୟକ ଶ୍ରୀ କହଁର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫୁଲବାଣୀର ବିଧାୟକ ଅଙ୍ଗଦ କହଁର ୧୯୭୮ ମସିହାରେ ଫୁଲବାଣୀର ଏଜେଓ ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢୁଥିଲେ। ତାପରେ ସେ ପଢ଼ା ଛାଡ଼ି ଦେଇଥିଲେ। ଆଉ ଏଥର ସେ ମାଟ୍ରିକ ପରୀକ୍ଷା ଦେଇଥିଲେ | ଏହାକୁ ନେଇ ସେତେବେଳେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା।

ପାଠପଢ଼ାରେ ବୟସ ବାଧକ ନୁହେଁ ବୋଲି ବିଧାୟକ ଶ୍ରୀ କହଁର କହିଛନ୍ତି। ଆଗକୁ ଉଚ୍ଚଶିକ୍ଷା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ପରୀକ୍ଷା ଫଳାଫଳ ଜାଣିବା ପରେ ବିଧାୟକ ନିଜ ଗାଁ ପକାରିରେ ସମସ୍ତଙ୍କୁ ମିଠା ବାଣ୍ଟିଥିବା ଜଣାପଡ଼ିଛି। ସୂଚନା ଥାଉ କି ଅଙ୍ଗଦ ନିଜର ରାଜନୈତିକ ଜୀବନ ସରପଞ୍ଚରୁ ଆରମ୍ଭ କରିଛନ୍ତି। ସେ ୪ ଥର ସରପଞ୍ଚ ହେବା ସହିତ ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ଥିଲେ। ଏହାବ୍ୟତୀତ ଅଙ୍ଗଦ ଥରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଗତ ୨୦୧୯ ନିର୍ବାଚନରେ ଅଙ୍ଗଦ ଫୁଲବାଣୀ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ‌ହୋଇ ଓଡ଼ିଶା ବିଧାନସଭାରେ ପାଦ ଥାପିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe