ଭୁବନେଶ୍ବର: ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ ଫିଜିକାଲ ସର୍ଭେ ହେବ । ସର୍ଭେ ପରେ ଚୂଡାନ୍ତ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ ଇ-କେୱାଇସି କରିନାହାନ୍ତି ।
୩୧ ମାର୍ଚ୍ଚ ପରେ ଜଣା ପଡ଼ିବ କେତେ ଲୋକ ଇ-କେୱାଇସି କରିନାହାନ୍ତି। ଏହା ପରେ କାହିଁକି ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ଫିଲଡ ଭିଜିଟ କରି ଦେଖିବେ ବିଭାଗୀୟ ଅଧିକାରୀ। ତେବେ ହଠାତ୍ କାହାର ରାସନ କାର୍ଡ କଟା ଯିବନି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଖୁବ୍ ଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ୍: ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ସେହିପରି ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି। ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ। ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ । ସେହିପରି ନୂଆ ପୋର୍ଟାଲରେ ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଜ ପ୍ରକ୍ରିୟା ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ: ଆବାସ ଯୋଜନା ବାଟବଣା: ଭଙ୍ଗା କୁଡ଼ିଆ ଘରେ ୭୯ ବର୍ଷ ବୟସ୍କା ଅସହାୟ ବିଧବା ଜୁନାରୀଙ୍କ ବିତୁଛି ଜୀବନ