ହନ୍ତାଳଗୁଡ଼ା ଘାଟିରେ ପିକ୍‌ଅପ୍‌ ଓଲଟି ୧୩ ଗୁରୁତର, ୧୦ଜଣ ଆହତ

Advertisment
ହନ୍ତାଳଗୁଡ଼ା ଘାଟିରେ ପିକ୍‌ଅପ୍‌ ଓଲଟି ୧୩ ଗୁରୁତର, ୧୦ଜଣ ଆହତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବର ତେଇଶି ଜଣ ଏକ ବୋଲେରୋ ପିକ୍‌ଅପ୍‌ରେ ବଡ଼ପଦର ପଞ୍ଚାୟତ ଲାମ୍ବାସିଙ୍ଗ ଗ୍ରାମକୁ ଏକ ଦଶାହ କାର୍ଯ୍ୟକୁ ଆସୁଥିଲେ। ଯୋଡ଼ାମ୍ବରୁ ଲାମ୍ବାସିଙ୍ଗ ଆସୁଥିବା ବେଳେ ହନ୍ତାଳଗୁଡ଼ା ଘାଟିରେ ଗାଡ଼ିଟି ଘାଟିରୁ ତଳକୁ ଗଡୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଆସୁଥିବା ତେଇଶି ଜଣଙ୍କ ମଧ୍ୟରୁ କିଛି ଛିଟିକି ପଡିବା ସହ କିଛି ଗାଡି ତଳେ ଚାପି ହୋଇଯାଇଥିଲେ।

ଖବର ଜାଣିବା ପରେ ସ୍ଥାନୀୟ ଲୋକ, ସ୍ଥାନୀୟ ପୁଲିସ ଓ ବିଏସଏ ଙ୍କ ସହାୟତାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କୁ ମଧ୍ୟରୁ ତେର ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ଗୁରୁତର ମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନନ୍ତର କରାଯାଇଥିବା ସୂଚନା ମିଳିଛି । ଉକ୍ତ ସ୍ୱାଭିମାନ ଅଞ୍ଚଳର ଶତାଧିକ ଲୋକ ଆସି ଚିତ୍ରକୋଣ୍ଡା ଚିକିତ୍ସାଳୟ ରେ ପହଂଚି ଦେଖା ଶୁଣା କରିଥିଲେ। ହନ୍ତାଳଗୁଡ଼ା ଘାଟିଟି ଅଧିକ ତିଖ ଉଚ୍ଚତା ହୋଇ ଥିବାରୁ ଆଗରୁ ଛୋଟ ବଡ଼ ଦୃଘଟଣା ଘଟୁଥିଲା। ମାତ୍ର ଆଜି ହନ୍ତାଳଗୁଡ଼ା ଘାଟିରେ ଏକ ବଡ଼ ଦୃର୍ଘଟଣା ଦେଖିବାକୁ ମିଳିଛି। ଫଳରେ ହନ୍ତାଳଗୁଡ଼ା ଘାଟିଦେଇ ଯାତାୟତ କରୁଥିବା ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe