ଚଢ଼ିଗଲା ପିକଅପ୍: ଉଡ଼ିଗଲା ୩ ବର୍ଷୀୟା ଶିଶୁକନ୍ୟାର ପ୍ରାଣବାୟୁ

ଚଢ଼ିଗଲା ପିକଅପ୍: ଉଡ଼ିଗଲା ୩ ବର୍ଷୀୟା ଶିଶୁକନ୍ୟାର ପ୍ରାଣବାୟୁ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୂଆ ପଞ୍ଚାୟତର ଗାଣ୍ଡାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପିକ୍ଅପ୍ ଗାଡ଼ି ଚାପାରେ ଜଣେ ୩ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗ୍ରାମର ଲୁଷ୍ୟନ ନାୟକ ଗାଁକୁ ଆସିଥିବା କବାଡିବାଲାର ପିକ୍ଅପ୍ ଗାଡିକୁ ଅଟକାଇବା ସମୟରେ ହଠାତ୍ ଗାଡ଼ିଟି ତାଙ୍କ ତିନି ବର୍ଷର ଝିଅ ଦୀପ୍ତି ନାୟକ ଗାଡ଼ିର ପଛ ଚକା ତଳକୁ ଆସି ଯାଇଥିଲେ, ଯାହା ଦ୍ୱାରା ଗାଡ଼ି ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ଅଡବା ଥାନା ପୁଲିସ୍ ପହଞ୍ଚି ଶବ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe