ମହେନ୍ଦ୍ରଗିରି ଶୈବପୀଠରୁ ଫେରୁଥିବା ବେଳେ ଘାଟିରୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌: ଜଣେ ମୃତ, ୨ ଗୁରୁତର

ମହେନ୍ଦ୍ରଗିରି ଶୈବପୀଠରୁ ଫେରୁଥିବା ବେଳେ ଘାଟିରୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌: ଜଣେ ମୃତ, ୨ ଗୁରୁତର

ଆର. ଉଦୟଗିରି: ଘାଟିରୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍ । ଗଜପତି ଜିଲ୍ଲାର ଏକ ଘାଟିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତେବେ ଘାଟିରୁ ପାଖାପାଖି ୩୦ ଫୁଟ୍ ତଳକୁ ପିକଅପ୍ ଭ୍ୟାନ୍ ଖସିପଡ଼ିଥିବା ଖବର ମିଳିଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧୁ ଯାତ୍ରୀମାନେ ମନ୍ଦ୍ରେଗିରି ଶୈବପୀଠରୁ ଫେରିବାବେଳେ ବୁରଖତ ନିକଟ ମାଡବା ଠାରେ ପିକଅପ୍ ଭ୍ୟାନଟି ଖସିପଡ଼ିଥିଲା।

ସବୁଠାରୁ ବଡ଼କଥା ହେଲା ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଆହତ ହୋଇଥିବାବେଳେ, ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ମଣି ମଲ। ସେହିପରି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥବା ପାରଳାଖେମୁଣ୍ଡି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ତେବେ କେମିତି ଏବଂ କାହିଁକି ଦୁର୍ଘଟଣା ଘଟିଲା ଓ ଘାଟିରୁ ପିକଅପ୍ ଭ୍ୟାନ୍ ଖସିପଡ଼ିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe