ଅଳ୍ପକେ ବର୍ତ୍ତିଲା ୫୦ ଜୀବନ: ବାଙ୍କେଶ୍ବରୀ ଘାଟିରେ ୩୦ ଫୁଟ୍ ତଳକୁ ଖସିଲା ପିକ୍‌ଅପ୍‌ ୧୦ ଗୁରୁତର, ୪୦ ଆହତ

Advertisment
ଅଳ୍ପକେ ବର୍ତ୍ତିଲା ୫୦ ଜୀବନ: ବାଙ୍କେଶ୍ବରୀ ଘାଟିରେ ୩୦ ଫୁଟ୍ ତଳକୁ ଖସିଲା ପିକ୍‌ଅପ୍‌ ୧୦ ଗୁରୁତର, ୪୦ ଆହତ

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ବାଙ୍କେଶ୍ବରୀ ଘାଟିରେ ଅଳ୍ପକେ ବର୍ତ୍ତି ଯାଇଛି ୫୦ ଜଣଙ୍କ ଜୀବନ। ମା'ଙ୍କ ପୀଠରୁ ମୁଣ୍ଡନ କାର୍ଯ୍ୟା ଶେଷକରି ଏକ ପିକ୍‌ଅପ୍‌ରେ ଫେରୁଥିବା ବେଳେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏଥିରେ ୧୦ ଗୁରୁତର ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଘର ପାତ୍ରପୁର ବ୍ଲକ୍ ଏସ୍.ତୁରୁବୁଡ଼ି ଗ୍ରାମରେ।

publive-image

ସୂଚନା ପ୍ରକାରେ, ଆଜି ଉକ୍ତ ଗ୍ରାମର ଏକ ପରିବାରର ୫୦ରୁ ଅଧିକ ସଦସ୍ୟ ପିକ୍‌ଅପ୍‌ ବୋଲେରୋରେ ମୁଣ୍ଡନ ମାନସିକ ପାଇଁ କେରାଣ୍ଡିମାଳ ପର୍ବତ ଉପରେ ବିଜେ ଶକ୍ତିପୀଠ ମା' ନିଜବାଙ୍କେଶ୍ଵରୀଙ୍କ ପୀଠକୁ ଆସିଥିଲେ। ଅପରାହ୍‌ଣରେ ମୁଣ୍ଡନ କାର୍ଯ୍ୟ ଓ ଭୋଜିଭାତ ଶେଷ କରି ଘରକୁ ଫେରୁଥିଲେ। ମାତ୍ର ମାଆଙ୍କ ପୀଠରୁ ୧ କିମି. ଦୂର ବି.ତୁରୁବୁଡ଼ି ଗ୍ରାମ ନିକଟ ବୁଲାଣି ରାସ୍ତାରେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଘାଟି ରାସ୍ତାରୁ ୩୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା। ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ ଲିଙ୍ଗରାଜ ଦୋରା, ଦିଗପହଣ୍ଡି ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହିପରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଥାନାଧିକାରୀ ବାବାଶଙ୍କର ସରାଫ, ବିଡିଓ ଡ.ଚିତ୍ତରଞ୍ଜନ ଦାସ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe