ନିଆଁ ଲାଗି ଜଳିଗଲା ପିକ୍‌ଅପ୍‌ ଭ୍ୟାନ୍‌, ବର୍ତ୍ତିଲେ ଚାଳକ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଳଗଦାରେ ନିଆଁ ଲାଗିବା ପରେ ସେହି ନିଆଁରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଳଗଦାରେ ନିଆଁ ଲାଗିବା ପରେ ସେହି ନିଆଁରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

4e6d5423-9c56-4a92-b8ff-019a6c6b42bb

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଳଗଦାରେ ନିଆଁ ଲାଗିବା ପରେ ସେହି ନିଆଁରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

ସୂଚନା ପ୍ରକାରେ ବେନ୍ଦ୍ରାଛାପର ଗ୍ରାମର ଅସୀମ ଦେୱାନଙ୍କ ପିକ୍‌ଅପ୍‌ ଭ୍ୟାନ୍‌ (ଓଡ଼ି୨୪କେ ୦୧୧୩) ନେଇ ଡ୍ରାଇଭର ଧାନ ଆଣିବା ପାଇଁ ଢେଫଗୁଡ଼ା ଗ୍ରାମର ଧାନ ଜମି ଭିତରକୁ ଯାଇଥିଲେ। ଗୋଟିଏ କିଆରୀରୁ ଅନ୍ୟ ଏକ କିଆରୀ ଯିବା ପୂର୍ବରୁ ଗାଡ଼ି ରଖି ରାସ୍ତା ଦେଖିବା ପାଇଁ ଯାଇଥିଲେ। ସେହି ସମୟ ମଧ୍ୟରେ ଗାଡ଼ି ତଳେ ଥିବା ପାଳ ସାଇଲେନ୍ସର ନିଆଁରେ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ ଗାଡ଼ିରେ ଲାଗି ହୁତୁହୁତୁ ହୋଇ ଜଳିବା ସହ ଆଖପାଖରେ ଥିବା ପାଳ ଗଦା ଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଗାଡ଼ି ତଳେ ଥିବା ପାଳ ସାଇଲେନ୍ସର ନିଆଁରେ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ ଗାଡ଼ିରେ ଲାଗି ହୁତୁହୁତୁ ହୋଇ ଜଳିବା ସହ ଆଖପାଖରେ ଥିବା ପାଳ ଗଦା ଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା।

ସ୍ଥାନୀୟ ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଗାଡ଼ି ମାଲିକ ଝରିଗାଁ ଏବଂ ଉମରକୋଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ଏଲଏଫଏମ ଭଲାନାଥ ମାଝୀ, ପ୍ରକାଶ ପାଣ୍ଡେ, ଧନ ରାଉତ, ମାନି ବାଛର, ସୁରଥ ଜାନୀ, ଅଜିତ ଭୋଇ ଉମରକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଏଲଏଫଏମ ଭାଗିରଥି ବାଣୁଆ, ହରିଶଙ୍କର ସୁନାନୀ, ରଘୁନନ୍ଦନ ଦାସ, ଯଦୁମଣି କୋକ, କ୍ଷୀରୋଦ କୁମାର ନାଗ, ଶଙ୍କର ମାଝୀ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁରେ ଗାଡ଼ିଟି ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe