୫୦ ହଜାର ଟଙ୍କାର ଶାଳ ଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଅଭିଯୁକ୍ତ ଫେରାର

Advertisment
୫୦ ହଜାର ଟଙ୍କାର ଶାଳ ଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଅଭିଯୁକ୍ତ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜ ଅଧିନରେ ଥିବା ପାଟଣାଗଡ଼-ବାଘମୁଣ୍ଡ ରାସ୍ତାର ଚାରିଛକ ଓ ଦୁନ୍ଦେଲ ନିକଟରୁ ଶାଳ କାଠ ଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହ ଏକ ସୁପର ଏକ୍ସଏଲ ଗାଡି ଜବତ କରାଯାଇଛି।

ପାଟଣାଗଡ଼ ବନ ବିଭାଗର ସୂଚନା ଅନୁଯାୟୀ, ବଲାଙ୍ଗୀର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ବନ ବିଭାଗ ପକ୍ଷରୁ ରେଞ୍ଜର ରାଜ କିଶୋର ଭୋଇଙ୍କ ତତ୍ତ୍ୱାବଧାନରେ ପାଢେଲ ଫରେଷ୍ଟର ଅରବିନ୍ଦ ଧରୁଆ, ଲରମ୍ଭା ଫରେଷ୍ଟର ଭଗବତିଆ ଦାସ ସହ ବନ ବିଭାଗର କର୍ମଚାରୀ ମାନେ ରାତ୍ରି କାଳୀନ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପାଟଣାଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଚାରିଛକ ଓ ଦୁନ୍ଦେଲ ଗ୍ରାମ ନିକଟରେ ଏକ ଜଙ୍ଗଲରୁ ଶାଳ କାଠ ଗଣ୍ଡି ଆଣି ଏକ ପିକଅପ(ଓଆର ୦୩ ଡି ୪୦୩୧)ରେ ବୋଝେଇ ରହିଥିଲା। ଏହା ସହିତ ସେଠାରେ ଏକ ସୁପର ଏକ୍ସଏଲ ଗାଡି (ଓଡି ୦୩ ଜି ୪୩୦୬) ମଧ୍ୟ ରହିଥିଲା। ଏହାକୁ ଦେଖି ବନ ବିଭାଗର କର୍ମଚାରୀ ମାନେ ଉକ୍ତ ଶାଳ କାଠ ବୋଝେଇ ଗାଡି ଓ ସୁପର ଏକ୍ସଏଲକୁ ଜବତ କରି ପାଟଣାଗଡ଼ ରେଞ୍ଜ ଅଫିସକୁ ଆଣିଥିଲେ।

ବନ ବିଭାଗର ପେଟ୍ରୋଲିଂ ହେଉଥିବା ଦେଖି ଦୁର୍ବୃତ୍ତ ମାନେ ସେଠାରୁ ଫେରାର ହୋଇଥିବା ନେଇ ରେଞ୍ଜର ରାଜ କିଶୋର ଭୋଇ କହିଛନ୍ତି। ଘଟଣାସ୍ଥଳରୁ ୫ ଶାଳ ଗଣ୍ଡି ବୋଝେଇ ଗାଡି ଓ ସୁପର ଏକ୍ସଏଲ ଜବତ କରିଥିବା ବେଳେ ଏହାର ତଦନ୍ତ ଜାରି ରହିଛି। ଜବତ ହୋଇଥିବା କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ହେବ ବୋଲି ରେଞ୍ଜର ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe