ଓଡ଼ଗାଁ: ଓଡ଼ଗାଁ ଏନ୍ଏସିରେ ଉଠାଦୋକାନୀ ଦିନକୁ ଦିନ କାୟା ମେଲାଇବାରେ ଲାଗିଛନ୍ତି। ଧୀରେ ଧୀରେ ରାସ୍ତା ଉପରକୁ କବ୍ଜା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଦୋକାନୀ ଶ୍ରୀରଘୁନାଥଙ୍କ କ୍ଷେତ୍ରକୁ ନଷ୍ଟ କରିବାକୁ ବସିଛନ୍ତି। ଫଳରେ ରାସ୍ତାରେ ଯାଉଥିବା ଦ୍ରୁତଗାମୀ ବସ୍, ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଉଛି। ଏଥିପ୍ରତି ଏନ୍ଏସି ପ୍ରଶାସନ ସଂପୂର୍ଣ୍ଣ ଆଖିବୁଜି ଦେଇଥିବା କୁହାଯାଉଛି। ସୂଚନା ଅନୁସାରେ, ଓଡ଼ଗାଁ ପରି ଜନଗହଳିପୂର୍ଣ୍ଣ ସହରରେ ପ୍ରତିଦିନ ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ କରିଥାଏ। ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଆସି ଠାକୁରଙ୍କୁ ଦର୍ଶନ ମଧ୍ୟ କରିଥାନ୍ତି। ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ଧିରେ ଧିରେ ରାସ୍ତା ଉପରକୁ ଉଠି ଆସୁଛନ୍ତି। ଏମିତିକି ହନୁମାନ ଛକରେ ଥିବା ଶ୍ରୀରଘୁନାଥ ମନ୍ଦିରକୁ ଦିଆଯାଇଥିବା ସଙ୍କେତକୁ କବ୍ଜା କରି ସାରିଛନ୍ତି। ହନୁମାନ ଛକ, ବସ୍ଷ୍ଟାଣ୍ତ, ସିନେମା ହଲ ଛକରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ପିଚୁ ରାସ୍ତାକଡ଼ରେ ଚଲାରାସ୍ତା ପାଇଁ ଏନ୍ଏସି ପକ୍ଷରୁ ପେଭର୍ବ୍ଲକ୍ ପକାଯାଇଥିଲେ ମଧ୍ୟ ତାହା ଉପରେ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି। ଏହା ଦିନକର ଘଟଣା ନୁହଁ, ପ୍ରତିଦିନ ଦୋକାନୀମାନେ ରାସ୍ତା ଉପରକୁ ମାଡ଼ି ଆସି ଅରାଜକତା ଦେଖାଉଥିଲେ ମଧ୍ୟ ଚୁପ୍ ବସିଛି ଏନ୍ଏସି ପ୍ରଶାସନ। ତୁରନ୍ତ ଦୋକାନୀମାନଙ୍କୁ ରାସ୍ତା ଉପରୁ ଉଠାଇବା ସହିତ ନୋଟିସ୍ ଦେଇ ଜରିମାନା କରିବାକୁ ଦାବି ହୋଇଛି।
ରାସ୍ତା ଉପରକୁ ମାଡ଼ିଗଲେଣି ଉଠାଦୋକାନୀ: ନଷ୍ଟ ହେଉଛି ଶ୍ରୀରଘୁନାଥଙ୍କ କ୍ଷେତ୍ର
Advertisment
Follow Us