ଆଚାର ଦେଉଛି ସୁଷମାଙ୍କୁ ରୋଜଗାର

Advertisment

୧୦ ଜଣ ମହିଳା ୫୦୦ ଟଙ୍କା ଲେଖାଏଁ ଆଦାୟ କରି ବେପାର ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମେ କ୍ଷତି ହୋଇଥିଲା ଅଢ଼େଇ ହଜାର। ହେଲେ ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ହିନ୍ଦୋଳ ଉପଖଣ୍ଡ ନୂଆଗାଁ ପଞ୍ଚାୟତ ଖଳିବେରେଣା ଗ୍ରାମର ସୁଷମା ଭୋଇ (୪୦)।

୧୦ ଜଣ ମହିଳା ୫୦୦ ଟଙ୍କା ଲେଖାଏଁ ଆଦାୟ କରି ବେପାର ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମେ କ୍ଷତି ହୋଇଥିଲା ଅଢ଼େଇ ହଜାର। ହେଲେ ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ହିନ୍ଦୋଳ ଉପଖଣ୍ଡ ନୂଆଗାଁ ପଞ୍ଚାୟତ ଖଳିବେରେଣା ଗ୍ରାମର ସୁଷମା ଭୋଇ (୪୦)।

sfsfsfee

ଖଜୁରିଆକଟା:  ୧୦ ଜଣ ମହିଳା ୫୦୦ ଟଙ୍କା ଲେଖାଏଁ ଆଦାୟ କରି ବେପାର ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମେ କ୍ଷତି ହୋଇଥିଲା ଅଢ଼େଇ ହଜାର। ହେଲେ ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ହିନ୍ଦୋଳ ଉପଖଣ୍ଡ ନୂଆଗାଁ ପଞ୍ଚାୟତ ଖଳିବେରେଣା ଗ୍ରାମର ସୁଷମା ଭୋଇ (୪୦)।  ଏବେ ତାଙ୍କ ବ୍ୟବସାୟ ୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲାବେଳେ ୧୫ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସେ ସିଧାସଳଖ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି। ୨୦୦୭ ନଭେମ୍ବର ୧୩ ତାରିଖରେ ଗ୍ରାମର କିଛି ମହିଳାଙ୍କୁ ନେଇ ସୁଷମା ଆରମ୍ଭ କରିଥିଲେ ଓମ୍‌ ନମଃ ଶିବାୟ ସ୍ବୟଂ ସହାୟକ ‌ଗୋଷ୍ଠୀ। ଜଣକା ୫୦୦ ଟଙ୍କା ଲେଖାଏଁ ଆଦାୟ କରି ବଡ଼ି, ପାମ୍ପଡ଼, ଆଚାର, ବିଭିନ୍ନ ମସଲା ଆଦି ପ୍ରସ୍ତୁତ କରି ବୌଦ୍ଧ ମହୋତ୍ସବ ମେଳାକୁ ଯାଇଥିଲେ। କିନ୍ତୁ ସେଠାରେ ଅଧା ଟଙ୍କା କ୍ଷତି ହେବା ପରେ ଅନ୍ୟମାନେ ଭାଙ୍ଗି ପଡ଼ିଥିଲେ। ହେଲେ ସୁଷମା ଧୀରେଧୀରେ ବ୍ୟବସାୟ ଶିଖିବା ସହିତ କେଉଁ ଉତ୍ପାଦ ଅଧିକ ବିକ୍ରି ହୋଇପାରିବ ସେନେଇ ପ୍ରଶିକ୍ଷଣ ନେଇଥିଲେ। ପରେ ସେ କେବଳ ଆଚାର ବ୍ୟବସାୟକୁ ଫୋକସ୍‌ କରିବା ସହିତ ଏବେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପ୍ରକାରର ଆଚାର ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଆମ୍ବ, ଲେମ୍ବୁ, ସଜନା ଛୁଇଁ, ଛତୁ ଆଦିରେ ସେ ଆଚାର ପ୍ରସ୍ତୁତ କରୁଛନ୍ତି। ଏଥିରୁ ସେ ଭଲ ରୋଜଗାର କରିପାରୁଛନ୍ତି ବୋଲି କହିଛନ୍ତି। 

ସେହିପରି ଏବେ ସେ ମାଷ୍ଟର ଟ୍ରେନର୍‌ ଭାବେ ଅନ୍ୟ ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ଦ୍ବାରା ଗଠିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବଡ଼ି, ପାମ୍ପଡ଼, ଫିନାଇଲ୍‌, ସାନିଟାଇଜର୍‌, ବିଭିନ୍ନ ପ୍ରକାର ମସଲା ସହିତ ମହିଳା ଓ ପୁରୁଷଙ୍କ ପାଇଁ ପୋଷାକ ତିଆରି କରୁଛନ୍ତି। ୧୫ରୁ ଅଧିକ ମହିଳା ଏହାଦ୍ବାରା ସିଧାସଳଖ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ସୁଷମା ନିଜେ ଏବେ ମାସକୁ ୪୦ରୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟମାନେ ମଧ୍ୟ ମାସିକ ୮ରୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe