ଟାଟା ଏସିଇ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ଚାଳକଙ୍କ ମୃତ୍ୟୁ

Advertisment
ଟାଟା ଏସିଇ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ଚାଳକଙ୍କ ମୃତ୍ୟୁ

ବୌଦ୍ଧ: ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଛକ ନିକଟରେ ଏକ ଟ୍ରକ୍‌ ସହିତ ଟାଟା ଏସିଇ ମୁହାଁମୁହିଁ ଧକ୍କା ହୋଇଛି। ଟାଟା ଏସିଇର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ଆଡେଣିଗଡ଼ ଗ୍ରାମର ଗୋଲେଖ ବେହେରା(୪୫)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୫୭ନଂ ଜାତୀୟ ରାଜପଥ ରାସ୍ତା ଅବରୋଧ କରିଛନ୍ତି। ପୁରୁଣାକଟକ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସୂଚନା ଅନୁସାରେ ମୃତ ଗୋଲେଖ ଲେଖ ବେହେରା ଟାଟା ଏସିଇ ନେଇ କୌଣସି କାମରେ ମାଧପୁର ଯାଇ ଫେରୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଧକା ଦେଇଥିଲା। ଆଡେଣିଗଡ଼ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe