ସିଏଫଏସଏଲ ଯିବ ସନ୍ଦିଗ୍ଧ ପାରା: ହୋଇପାରେ ଡିଏନଏ ପରୀକ୍ଷା

Advertisment
ସିଏଫଏସଏଲ ଯିବ ସନ୍ଦିଗ୍ଧ ପାରା: ହୋଇପାରେ ଡିଏନଏ ପରୀକ୍ଷା

ଭୁବନେଶ୍ବର: ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା ସିଏଫଏସଏଲ ଯିବ। କୋଲକାତା କିମ୍ବା ହାଇଦ୍ରାବାଦ ସିଏଫଏସଏଲକୁ ଯିବ ପାରା। ପାରାର ଡିଏନଏ ପରୀକ୍ଷା ହେବାର ସମ୍ଭାବନା ରହିଛି। ଡେଣାରେ ଲେଖାଥିବା ଭାଷା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି।
ସେପଟେ ପାରାଦୀପର ମାଛଧରା ଟ୍ରଲର୍ ‘ସାରଥୀରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର୍ । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ତେବେ ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବାକୁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି।

‘ସାରଥୀରୁ ଗତ ୬ ତାରିଖରେ ଠାବ ହୋଇଥିଲା ଏହି ପାରା। ଟ୍ରଲର କର୍ମଚାରୀ ପାରାକୁ ସାମୁଦ୍ରିକ ଥାନା ଜିମା ଦେବା ପରେ ଗୁରୁବାର ଏଡିଜି କମ୍ୟୁନିକେସନଙ୍କ ଅଧୀନରେ ଥିବା ପାରା ସେବା କେନ୍ଦ୍ରର ଏକ ଟିମ୍ ସହିତ ସାମୁଦ୍ରିକ ଥାନା ଏହି ପାରାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe