ପିହୁ ନିଖୋଜ ଘଟଣାକୁ ୧୫ ମାସ ବିତିଲା, ପୁଲିସ ହାତ ଖାଲି

Advertisment

ଡିସେମ୍ଵର ୫ ତାରିଖରେ ସଂସଦ ଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଲେ ମା’ ମୋନାଲିସା

ଡିସେମ୍ଵର ୫ ତାରିଖରେ ସଂସଦ ଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଲେ ମା’ ମୋନାଲିସା

ପିହୁ ନିଖୋଜ ଘଟଣାକୁ ୧୫ ମାସ ବିତିଲା, ପୁଲିସ ହାତ ଖାଲି

ବିଂଝାରପୁର : ବହୁଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ ପିହୁ ନିଖୋଜ ଘଟଣାକୁ ୧୫ ମାସ ବିତିଲା କିନ୍ତୁ ପୁଲିସ ହାତ ଖାଲି। ଘଟଣାକୁ ନେଇ ପିହୁର ମା ମୋନାଲିସା ନାୟକ କ୍ଷୋଭ ପ୍ରକାଶ କରିବା ସହ ଡିସେମ୍ଵର ୫ ତାରିଖରେ ସଂସଦ ଭବନ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୁନ୍ଦରପୁର ଗ୍ରାମର ଦେଢ଼ବର୍ଷର ଶିଶୁକନ୍ୟା ୨୦୨୦ ଅଗଷ୍ଟ ୯ ତାରିଖ ଘର ସାମ୍‌ନାରେ ଖେଳୁଥିବାବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିଲା। ଏ ସଂପର୍କରେ ମୋନାଲିସା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଂଝାରପୁର ପୁଲିସ କେବଳ ୨୨୮/୨୦ ରେ ଏକ ଅପହରଣ ମାମଲା ରୁଜୁକରି ଚୁପ୍ ବସିଯାଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ପୁଲିସ ଉପରେ ଚାପ ପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଝିଅକୁ ପାଇବା ପାଇଁ ମୋନାଲିସା ଏସପିଙ୍କଠାରୁ ଜିଲ୍ଲାପାଳ, ରାଜ୍ୟ ପୁଲିସ ମୁଖ୍ୟାଳୟ, ରାଜ୍ୟ ମହିଳା ଆୟୋଗଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ପାଇନଥିବା ସେ କହିଛନ୍ତି। ତେଣୁ ଝିଅକୁ ଖୋଜି ଆଣିବା ଦାବିରେ ମୋନାଲିସା ଦିଲ୍ଲୀ ଯିବେ। ଜାତୀୟ ମାନବାଧିକାର ଆୟୋଗ, ଜାତୀୟ ମହିଳା ଆୟୋଗ, ଜାତୀୟ ଶିଶୁ ସୁରକ୍ଷା ଆୟୋଗ, ଓଡ଼ିଶାର ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ସାଂସଦମାନଙ୍କୁ ଭେଟି ନିଜର ଦୁଃଖ ଜଣାଇବେ ଏବଂ ଡିସେମ୍ଵର ୫ ତାରିଖ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe