କୋଭିଡ କେୟାର ସେଣ୍ଟର ବନ୍ଦ ନିଷ୍ପତ୍ତି ବିରୋଧରେ ଜନସ୍ବାର୍ଥ ମାମଲା

Advertisment
ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ଭୋଟରଙ୍କୁ ସୁବିଧା ପ୍ରସଙ୍ଗ: ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ: କିଛି ମାସ ହେବ ଖୋଲିଥିବା କୋଭିଡ କେୟାର ସେଣ୍ଟର/ହୋମ୍ସ ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବାକୁ ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବମଙ୍ଗଳ ନ୍ୟାସର ସଭାପତି ପାର୍ଥ ସାରଥୀ ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କରୋନା ସଂକ୍ରମଣ ବଢିବା ପରେ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ କୋଭିଡ କେୟାର ସେଣ୍ଟର, ଟିଏମସି ଓ ସିସିଏଚ ଖୋଲିଥିଲେ। ଏହି ସବୁ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ତାଲିମପ୍ରାପ୍ତ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜି କରିଥିଲେ। ଏଥି ସହିତ ୬୭୯୮ ଗ୍ରାମପଞ୍ଚାତୟରେ ଥିବା କୋଭିଡ କେୟାର ସେଣ୍ଟର ପାଇଁ ସରକାର ୭ ହଜାର ପାରାମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରିଥିଲେ।

ଏବେ ରାଜ୍ୟରେ କେରାନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। କିନ୍ତୁ ଏଭଳି ସ୍ଥିତିରେ  ସରକାର କୋଭିଡ କେୟାର ସେଣ୍ଟର, ଟିଏମସି ଓ ସିସିଏଚ ଗୁଡିକୁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ ସଂପର୍କିତ ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୪ରେ ଜାରି କରିଥିଲେ। ଏପରି ନିର୍ଦ୍ଦେଶନାମା ଆଧାରରେ କୋରାପୁଟ ଓ ଅନ୍ୟ କେତେକ ସ୍ଥାନରେ ଏପରି କେନ୍ଦ୍ର ଗୁଡିକ ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ରହିଥିବା ବେଳେ ଏବେ ଗୋଷ୍ଠୀ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏ

ଭଳି ସ୍ଥିତରେ କେଉଁ ଆଧାରରେ ରାଜ୍ୟ ସରକାର କୋଭିଡ କେୟାର ସେଣ୍ଟର, ଟିଏମସି ଓ ସିସିଏଚ ଗୁଡିକ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ତାହା ବୁଝି ହେଉ ନାହିଁ। ଏଥି ସହିତ ମାସେ ହେବ ଚାକରି କରିଥିବା ପରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯାଉଛି। ଏପରି ନିଷ୍ପତ୍ତି ରଦ୍ଦ କରାଯାଉ ଓ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି କୋଭିଡ କେୟାର ସେଣ୍ଟର ଗୁଡିକ ଖୋଲା ରଖିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିବା ବେଳେ ସୁରେନ୍ଦ୍ର ରାଉତ, ଜୟନ୍ତୀ ନାୟକ ଓ ଅଜରା ଅଜମଲ ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe