ମାନସିକ ରୋଗୀଙ୍କ ଆଶ୍ରୟ ଓ ଥଇଥାନ ପ୍ରସଂଗ‌କୁ ନେଇ ଜନସ୍ବାର୍ଥ ମାମଲା

Advertisment
ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ : ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ

Odisha Sun Times

କଟକ : ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଓ ଅଶ୍ରୟ ପ୍ରଦାନ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଓଡ଼ିଶା ଲିଗାଲ ଆଣ୍ଡ୍ ସୋସିଆଲ ଆସୋସିଏଟ୍ସର ମ୍ୟାନେଜିଂ ଟ୍ରଷ୍ଟି ବିପିନ କୁମାର ଚୌଧୁରୀଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟରେ ମେଣ୍ଟାଲ ହେଲଥ କେୟାର ଆକ୍ଟ, ୨୦୧୭ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସରକାର ମାନସିକ ରୋଗ ପ୍ରତିଷ୍ଠାନରୁ ଚିକିତ୍ସିତ ହୋଇ ବାହାରୁଥିବା ନିରାଶ୍ରୟ ରୋଗୀଙ୍କୁ ଆଶ୍ରୟ ପ୍ରଦାନ ପାଇଁ ପଦକ୍ଷେପ ନେବା କଥା। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏପରି କରାଯାଉ ନାହିଁ। ମାନସିକ ରୋଗୀ ଆବଶ୍ୟକ ସ୍ଥଳେ ମେଡିକାଲରେ ଆଡମିଟ୍ ହେଉଛନ୍ତି। ଉପଯୁକ୍ତ ଚିକିତ୍ସା ପରେ ମାନସିକ ରୋଗୀଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଉଛି। କିନ୍ତୁ ଏପରି ରୋଗୀଙ୍କର ଯତ୍ନ ଆବଶ୍ୟକ ହୋଇଥିବା ‌ବେଳେ ଅନେକ ନିରାଶ୍ରୟ ରୋଗୀ ପୁଣି ରାସ୍ତାଘାଟରେ ବୁଲୁଛନ୍ତି। ଏହା ଦ୍ବାରା ପୁଣି ସେମାନେ ପୂର୍ବାବସ୍ଥାକୁ ଫେରିବାର ଆଶଙ୍କା ରହୁଛି। ଏପରି ‌ନିରାଶ୍ରୟ ମାନସିକ ରୋଗୀଙ୍କ ପାଇଁ ଅଶ୍ରୟସ୍ଥଳ ସରକାର ଯତ୍ନ ନେବା ଉଚିତ। ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏପରି ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରିବା ଓ ଥଇଥାନା କରିବା ପ୍ରସଂଗରେ ସ୍ଥାନୀୟ ଥାନାର ପୁଲିସ ଅଧିକାରୀଙ୍କ ମଧ୍ୟ ଦାୟିତ୍ବ ରହିଛି। କିନ୍ତୁ ଆଇନରେ ଥିବା ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରାଯାଉ ନାହିଁ। ଏଥିପାଇଁ ସ୍ବତନ୍ତ୍ର ପାଣ୍ଠି ମଧ୍ୟ ସରକାର ବ୍ୟବସ୍ଥା କରିବା ନିୟମ ରହିଥିବା ବେଳେ ଏପରି କରାଯାଉ ନାହିଁ। ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସରକାରୀ ଅଧିକାରୀ ଏହି ପ୍ରସଂଗରେ ଦାୟିତ୍ବ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ରଂଜନ ମହାନ୍ତି, ଅନାମ ଚରଣ ପଣ୍ଡା, ନିହାର ରଂଜନ ମହାନ୍ତି, ଦେବୀ ପଟ୍ଟନାୟକ ଓ ପ୍ରଦୀପ ପଟ୍ଟନା‌ୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe