ମହାନଦୀରେ ଆଉ ଏକ ଡ୍ୟାମ୍ ନିର୍ମାଣ ପାଇଁ ଜନସ୍ୱାର୍ଥ ମାମଲା

Advertisment
ଅଦାଲତ ଅବମାନନା ମାମଲା : ଉଚ୍ଚଶିକ୍ଷା ସଚିବ ବ୍ୟକ୍ତିଗତ ହାଜର

କଟକ : ହୀରୁକୁଦ ଡ୍ୟାମ୍ ଭଳି ଆଉ ଏକ ଡ୍ୟାମ୍ ମହାନଦୀ ଉପରେ ନିର୍ମାଣ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଏକଦା ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇ ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ ନିର୍ମାଣ କରାଯାଇଥିଲା। ଏବେ ମହାନଦୀ ଯୋଗୁଁ ବହୁ ଜିଲ୍ଲାରେ ପ୍ରତିବର୍ଷ ବନ୍ୟା ସମସ୍ୟା ଦେଖା ଦେଉଛି। ମହାନଦୀ ଉପରେ ଆଉ ଏକ ଡ୍ୟାମ୍ ନିର୍ମାଣ କରାଯିବା ଆବଶ୍ୟକ। ବନ୍ୟା ସମୟରେ ଆସୁଥିବା ଜଳକୁ ଆଉ ଏକ ଜଳଭଣ୍ଡାର କରି ଧରି ରଖିବାକୁ ଉଦ୍ୟମ ହେବା ଉଚିତ। ଏହାଦ୍ବାରା ମହାନଦୀ ଜଳ ଆଉ ନଷ୍ଟ ହେବନାହିଁ। ଏଥିସହିତ ବନ୍ୟା ଉପରେ ଅନେକ ପରିମାଣରେ ନିୟନ୍ତ୍ରଣ ରଖି ହେବ। ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ମଧ୍ୟ ସମ୍ଭବ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe