ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

Advertisment
ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

ଭଦ୍ରକ/ରାଣୀତାଲ : ଶନିବାର ଭୋର୍ ସମୟରେ ପୁରୀରୁ କୋଲକାତା ଯାଉଥିବା ଏକ ତୀର୍ଥଯାତ୍ରୀ ବସ ‘ଅନିନ୍ଦିତା’ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ଯୋରାଗଡିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି।

ପୁରୀରୁ କୋଲକାତା ଯାଉଥିବା ତୀର୍ଥଯାତ୍ରୀ ବସ(ଡବ୍ଲ୍ୟୁବି୨୯ବି-୨୫୮୫)ଟି ସାମାନ୍ୟ କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକର ପଛପଟରୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ଆଗ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବସରେ ଥିବା ୬୦ ଯାତ୍ରୀଙ୍କ ମଧ୍ୟରୁ ୧୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସ୍ଥ‌ାନୀୟ ଲୋକଙ୍କ ଠାରୁ ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଓ କିଛି ସ୍ବେଚ୍ଛାସେବୀ ଯୁବକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। କିଛି ଯାତ୍ରୀ ସୁସ୍ଥ ହେବା ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇଦିଆଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe