ରାତିଅଧରେ ତୀର୍ଥଯାତ୍ରୀ ବସ୍‌ ଓଲଟିଲା: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର, ଆହତଙ୍କୁ ଆଣୁଥିବା ଆମ୍ବୁଲାନ୍ସ ବି ଦୁର୍ଘଟଣାଗ୍ରସ୍ତ

Advertisment

ପୁରୀ –ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଆଜି ରାତି ୩ଟା ବେଳେ ପୁରୀ ଯାଉଥିବା ଏକ ଘରୋଇ ବସ ଓଲଟିପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ପୁରୀ –ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଆଜି ରାତି ୩ଟା ବେଳେ ପୁରୀ ଯାଉଥିବା ଏକ ଘରୋଇ ବସ ଓଲଟିପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

sccddx

ଭୁବନେଶ୍ବର: ପୁରୀ –ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଆଜି ରାତି ୩ଟା ବେଳେ ପୁରୀ ଯାଉଥିବା ଏକ ଘରୋଇ ବସ ଓଲଟିପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।  ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ଅନ୍ୟପକ୍ଷରେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣୁଥିବା ଗୋଟିଏ ଆମ୍ବୁଲାନସର ମଧ୍ୟ ଶିଶୁ ଭବନ ନିକଟସ୍ଥ ଓଭରବ୍ରିଜ ବାଡ଼ରେ ପିଟି ହୋଇଛି। ଫଳରେ ଏଥିରେ ଥିବା ସମସ୍ତେ ଅଧିକ ଗୁରୁତର ହୋଇପଡ଼ିଛନ୍ତି। 

ଜଣେ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର
ଆହତଙ୍କୁ ଆଣୁଥିବା ଆମ୍ବୁଲାନ୍ସ ବି ଦୁର୍ଘଟଣାଗ୍ରସ୍ତ
ସିଫା ନିକଟରେ ବସ ଡ୍ରାଇଭର ଶୋଇପଡ଼ିଲେ

ମିଳିଥିବା ତଥ୍ୟ ଅନୁସାରେ, ଗତ ମାସ ୧୭ ତାରିଖରେ ଦୁଇଟି ବସରେ ବାଲାଂଦେଶ ଚଟ୍ଟୋଗ୍ରାମରୁ ପାଖାପାଖି ୧୦୦ ଜଣ ତୀର୍ଥ ଯାତ୍ରୀ ବୃନ୍ଦାବନରୁ ପୁରୀ ଆସୁଥିଲେ।ଏଥିରେ ଅଧାରୁ ଅଧିକ ବରିଷ୍ଠ ନାଗରିକ ଓ ପାଖାପାଖି ୧୭ଜଣ ଛୋଟ ପିଲା ଥିଲେ। ଏହି ତୀର୍ଥଯାତ୍ରୀମାନେ ଇତିମଧ୍ୟରେ ଅଯୋଧ୍ୟା, ଦ୍ବାରକା ଆଦି ଅଞ୍ଚଳ ବୁଲି ଶେଷରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ। ହେଲେ ସିଫା ନିକଟରେ ଦ୍ବିତୀୟ ବସର ଡ୍ରାଇଭର ବସ ଚଳାଉଥିବା ବେଳେ ଶୋଇପଡ଼ିଥିଲେ। ଫଳରେ ବସଟି ବାମ ପାଖରେ ଥିବା ଖାତକୁ ଖସିପଡ଼ିଥିଲା। ତୁରନ୍ତ ଅନ୍ୟ ବସର ଯାତ୍ରୀ ଓ ସ୍ଥାନୀୟ ଲୋକେ, ପୁଲିସ ଆଦି ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲ ପଠାଇବାକୁ ଉଦ୍ୟମ କରିଥିଲେ। ବାଟରେ ଜଣେ ଆହତଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe