କୋଣାର୍କରୁ ଅଯୋଧ୍ୟା ଗଲା ତୀର୍ଥଜଳ ଓ ମାଟି

Advertisment
କୋଣାର୍କରୁ ଅଯୋଧ୍ୟା ଗଲା ତୀର୍ଥଜଳ ଓ ମାଟି

କୋଣାର୍କ : ଆସନ୍ତା ୫ ତାରିଖରେ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ରାମଚନ୍ଦ୍ର ସୂର୍ଯ୍ୟବଂଶୀ ଥିଲେ। ତେଣୁ ରାମ ମନ୍ଦିର ନିର୍ମାଣ ପାଇଁ ସୂର୍ଯ୍ୟଉପାସନାର ପବିତ୍ର ଭୂମି କୋଣାର୍କର ମାଟି ଓ ଚନ୍ଦ୍ରଭାଗାର ତୀର୍ଥଜଳ ସହିତ ପୂଣ୍ୟତୋୟା ପ୍ରାଚୀ ନଦୀର ତୀର୍ଥଜଳ ପାଇଁ ବିଶ୍ବହିନ୍ଦୁ ପରିଷଦର କେନ୍ଦ୍ରୀୟ ସଂଗଠନ ପକ୍ଷରୁ କୋଣାର୍କ ବିଶ୍ବହିନ୍ଦୁ ପରିଷଦ ଶାଖା ସଂଗଠନକୁ ଅବଗତ କରାଯାଇଥିଲା। ଏହି ସୂଚନା ମିଳିବା ପରେ ଆଜି କୋଣାର୍କ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ରାମକୃଷ୍ଣ ମହାନ୍ତି, ଭାଗୀରଥି ସ୍ବାଇଁ, ଶରତ ମଲ୍ଲ ଓ ଅନ୍ୟ କର୍ମକର୍ତ୍ତା ଚନ୍ଦ୍ରଭାଗାରେ ପହଞ୍ଚି ତୀର୍ଥ ଜଳ ସଂଗ୍ରହ କରିଥିଲେ। ଏହା ସହିତ ସୂର୍ଯ୍ୟମନ୍ଦିର ସନ୍ନିକଟ ଅଞ୍ଚଳରୁ ମାଟି ଓ ପ୍ରାଚୀନଦୀରୁ ଜଳ ସଂଗ୍ରହ କରାଯାଇଥିଲା। ଏହି ମାଟି ଓ ତୀର୍ଥଜଳକୁ କୋରିୟର ସହାୟତାରେ ଅଯୋ‌ଧ୍ୟା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା କୋଣାର୍କ ବିଶ୍ବହିନ୍ଦୁ ପରିଷଦ ସଂଗଠନର ମୁଖ୍ୟ ଭାଗୀରଥି ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe