ବରପାଲି : ସ୍ଥାନୀୟ ମାରଓ୍ଵାଡ଼ି ପଞ୍ଚାୟତି ଧର୍ମଶାଳାରେ ରବିବାର ରାଜସ୍ଥାନରୁ ଆସିଥିବା ଜନୈକ ତୀର୍ଥ ଯାତ୍ରୀଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କ ନାଁ ଭୌରୀଲାଲ ଶର୍ମା (୬୫) ଓ ଘର ରାଜସ୍ଥାନର ଦୋଶା ଜିଲ୍ଲା ଅନ୍ତର୍ଗତ ଭିଲୁଣା ଗାଁରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଭୌରୀଲାଲ ନିଜ ଜ୍ୱାଇଁ ପପୁଲାଲ ଶର୍ମା (୪୦)ଙ୍କ ସହ ଜଗନ୍ନାଥ ଧାମ ଦର୍ଶନ ପାଇଁ ଆସି ଶନିବାର ରାତି ପ୍ରାୟ ୨ଟା ବେଳେ ବରପାଲିରେ ଓହ୍ଲାଇ ପଞ୍ଚାୟତି ଧର୍ମଶାଳାରେ ରହିଥିଲେ। ତେବେ ରବିବାର ସକାଳୁ ଛାତିରେ ଯନ୍ତ୍ରଣା ହୋଇଥିଲା। ଫଳରେ ଜ୍ୱାଇଁ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ବରପାଲି ଡାକ୍ତରଖାନକୁ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us