ଏକକାଳୀନ ଦୁଇଟି ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଏକକାଳୀନ ଦୁଇଟି ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

forceindia.net

ଚାନ୍ଦିପୁର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଏକକାଳୀନ ଦୁଇଟି ‘ପିନାକ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଗୁରୁବାର ‘ପିନାକ’ର ପ୍ରଥମ ପରୀକ୍ଷଣ କରାଯାଇଥିଲା।

ସୂଚନା ଅନୁସାରେ, କମ୍‌ ଦୂରତାରେ ଜୀବନ୍ତ ବିସ୍ଫୋରକ ବହନ କରି ଲକ୍ଷ୍ୟ ଭେଦ କ୍ଷମତା ଓ ଏକକାଳୀନ ନିକ୍ଷେପକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଆଜିର ପରୀକ୍ଷଣ କରାଯାଇଥିଲା । ୬୦ ସେକେଣ୍ଡ ଅନ୍ତରାଳରେ ଦୁଇଟି ପିନାକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ୨୦ କିମି ଦୂରରେ ଥିବା ଲକ୍ଷ୍ୟ ଉଦ୍ଦେଶ୍ୟରେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସଠିକତା ସହ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା । ଏହି କ୍ଷେପଣାସ୍ତ୍ର ସହ ଜୀବନ୍ତ ବିସ୍ଫୋରକ ଓ ପ୍ରକ୍ସିମିଟି ଫ୍ୟୁଜ ସଂଯୋଗ କରାଯାଇଥିଲା । ଟେଲିମେଟ୍ରୀ, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଆଦି ବହୁମୁଖୀ ବ୍ୟବସ୍ଥା ଜରିଆରେ ଏହାକୁ ଟ୍ରାକ କରାଯାଇଥିଲା, ଯାହା ନିକ୍ଷେପର ପ୍ରଦର୍ଶନକୁ ସୁନିଶ୍ଚିତ କରିଥିଲା ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନିମନ୍ତେ ଡିଆରଡିଓ ସମୁଦାୟକୁ ଅଭିନନନ୍ଦନ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe