ସଂସଦୀୟ ଦଳ ନେତା ବାଛିଲେ ବିଜେଡି ସୁପ୍ରିମୋ : ଭର୍ତୃହରିଙ୍କ ବଦଳରେ ପିନାକୀ, ଅଚ୍ୟୁତ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ହେଲେ ଅନୁଭବ

Advertisment
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁର୍ହାମୁହିଁ; ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ

youtube.com

ଭୁବନେଶ୍ବର : ସପ୍ତଦଶ ଲୋକସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ କାର୍ଯ୍ୟକରିବେ ପୁରୀ ସାଂସଦ ପିନାକୀ ମିଶ୍ର। ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବିଚାର ବିମର୍ଷ ପରେ ସଂସଦରେ ଦଳ ଓ ରାଜ୍ୟର ସ୍ବାର୍ଥ ହାସଲ କରିବା ପାଇଁ ସଂସଦୀୟ ଦଳ ନେତାମାନଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁଯାୟୀ ବିଜେଡି ସଂସଦୀୟ ଦଳର ନେତା ଭାବେ ଦାୟିତ୍ବ ନିର୍ବାହ ପାଇଁ ପୁରୀ ସାଂସଦ ଶ୍ରୀ ମିଶ୍ରଙ୍କୁ ମନୋନୀତ କରାଯାଇଛି। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସଂସଦୀୟ ଦଳର ମୁଖ୍ୟ ସଚେତକ ପଦ ଦାୟିତ୍ବ ତୁଲାଇବେ। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ପଦ ପାଇଁ ମନୋନୀତ କରାଯାଇଛି।

ବିଜେଡି ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାର ଅନୁଯାୟୀ ସଂସଦରେ ବିଜୁ ଜନତା ଦଳକୁ ଆବଣ୍ଟନ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦେବାକୁ ବିଜେଡି ସୁପ୍ରିମୋ ସ୍ଥିର କରିଛନ୍ତି। ପୂର୍ବରୁ ଶ୍ରୀ ମହତାବ ସଂସଦୀୟ ଦଳର େନତା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe