ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

Advertisment
ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

Odisha Gov

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସୁଗୁଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୀଳାବତି ବେହେରାଙ୍କୁ ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସେ ପ୍ରଶାସନର ନିୟନ୍ତ୍ରଣରେ ଡିଆରଡିଏ ଅଫିସରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିନା ଅନୁମତିରେ ପିଇଓ ଶ୍ରୀମତୀ ବେହେରା ହେଡ୍‌କ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।

ସୂଚନା ଯୋଗ୍ୟ, ପିଇଓ ଶ୍ରୀମତୀ ବେହେରାଙ୍କ ବି‌ରୋଧରେ ପୂର୍ବରୁ ବିଭିନ୍ନ ଅନିୟମିତତା ଅଭିଯୋଗ ରହିଥିଲା। ପୁଣି ଗତ ୪ ତାରିଖ ଦିନ ସୁଗୁଡା ପଞ୍ଚାୟତ ଅଫିସ୍‌ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜଣେ ଅସହାୟ ବୃଦ୍ଧା ପିଇଓ ଶ୍ରୀମତୀ ବେହେରାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଭତ୍ତା କରାଇଦେବାକୁ କହି ପିଇଓ ତାଙ୍କଠାରୁ ୫ ଶହ ଟଙ୍କା ନେଇଥିବା ବୃଦ୍ଧା କହିଥିଲେ। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିବା ସହ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ଉକ୍ତ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe