୫ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ କରି ପିଇଓ ଗିରଫ

ଆର୍ଥିକ ଅନିୟମିତତା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଆଗଲପୁର ଓ ଭରସୁଜା ପଞ୍ଚାୟତର ପୂର୍ବତନ ପିଇଓ ରାଜକିଶୋର ପୋଢ଼ଙ୍କୁ ପୁଲିସ ଗିରଫ କରିଛି। ସରକାରୀ ଅର୍ଥ ଅନିୟମିତତା ନେଇ ବିଡିଓ ମହାପାତ୍ର କୁଳଦୀପ ମହାନ୍ତି ଆଗଲପୁର ଥାନାରେ ଅଭିଯୋଗ କରିଥିଲେ।  

Arrest-2

ଡୁଡୁକା: ଆର୍ଥିକ ଅନିୟମିତତା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଆଗଲପୁର ଓ ଭରସୁଜା ପଞ୍ଚାୟତର ପୂର୍ବତନ ପିଇଓ ରାଜକିଶୋର ପୋଢ଼ଙ୍କୁ ପୁଲିସ ଗିରଫ କରିଛି। ସରକାରୀ ଅର୍ଥ ଅନିୟମିତତା ନେଇ ବିଡିଓ ମହାପାତ୍ର କୁଳଦୀପ ମହାନ୍ତି ଆଗଲପୁର ଥାନାରେ ଅଭିଯୋଗ କରିଥିଲେ।  

ଅଭିଯୋଗ ଅନୁସାରେ, ଗତ ତିନିବର୍ଷ ହେଲା ଶ୍ରୀ ପୋଢ଼ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିବାବେଳେ ବିଭିନ୍ନ ସରକାରୀ ଯୋଜନାରେ ଅର୍ଥ ହେରଫେର କରିଥିଲେ। ଏ ନେଇ ଅଭିଯୋଗ ହେବା ପରେ ବିଡିଓ ଶ୍ରୀ ମହାନ୍ତି ତଦନ୍ତ କରିବାକୁ ଯାଇଥିଲେ। ଏହି ସମୟରେ ଶ୍ରୀ ପୋଢ଼ ଉଭୟ ପଞ୍ଚାୟତର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ଏଥିସହ ପଞ୍ଚାୟତରେ ଯୋଗ ଦେଇଥିବା ପିଇଓଙ୍କୁ କୌଣସି ଦାୟିତ୍ୱ ହସ୍ତାନ୍ତର କରିନଥିଲେ। ଫଳରେ ଉଭୟ ପଞ୍ଚାୟତରେ ଅଚଳାବସ୍ଥା ଲାଗି ରହିବା ସହ ସରକାରୀ ସୁବିଧାରୁ ହିତାଧିକାରୀ ବଞ୍ଚିତ ହୋଇଥିଲେ। ଶେଷରେ ୫ କୋଟି ୮୯ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେରଫେର ନେଇ ଆଗଲପୁର ଥାନାରେ ବିଡିଓ ଅଭିଯୋଗ କରିଥିଲେ। ଉଭୟ ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର ନକରିବାରୁ ତାଙ୍କୁ ବ୍ଲକ୍‌ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ପିଇଓ ଶ୍ରୀ ପୋଢ଼ ବିଡିଓଙ୍କ ନିର୍ଦ୍ଦେଶକୁ ବେଖାତିର କରି ତିନି ମାସରୁ ଅଧିକ ହେବ ସରକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe