ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌, ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା

Advertisment
ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌, ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା

ପାରାଦୀପ: ପାରାଦୀପରୁ ହଳଦିଆକୁ ସ‌ଂଯୋଗ କରୁଥିବା ଗ୍ୟାସ୍‌ ପାଇପ୍‌ଲାଇନ୍‌ ଆଜି ଫାଟିଛି। ଗ୍ୟାସ୍‌ ପାଇପ୍‌ ଫାଟିବା ପରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ (ଆଇଓସିଏଲ୍‌)ର ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବାକୁ ଲାଗି ପଡ଼ିଥିବା ବେଳେ ଏହା କାଠିକର ପାଠ ହୋଇପଡିଥିଲା। କିନ୍ତୁ ଦୀର୍ଘ ସମୟ ଧରି ଅଗ୍ନିଶମ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଗ୍ୟାସ୍‌ ଲିକ୍‌ ବନ୍ଦ କରିଛନ୍ତି। ପାରାଦୀପ ତୈଳବିଶୋଧନାଗାର ଟାଉନସିପ ନିକଟରେ ଏହି ପାଇପଲାଇନ ଫାଟିଥିବା ସୂଚନା ରହିଛି।

ସୂଚନା ଅନୁସାରେ ହଳଦିଆ ପୋର୍ଟରୁ ପାରାଦୀପ ତୈଳବିଶୋଧନାଗାରକୁ ଆସିଥିବା ଅଶୋଧିତ ତୈଳର ପାଇପ ଲାଇନ କୌଣସି କାରଣବଶତଃ ଫାଟିଯିଵା ଫଳରେ ଭାରି ମାତ୍ରାରେ ତେଲ ଲିକେଜ ହେବା କାରଣରୁ ଏପରିସ୍ଥିତି ଉପୁଜିଛି।

କୌଣସି ଦୁର୍ଘଟଣା ଯେପରି ନ ଘରେ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଉଭୟପଟରୁ ରାସ୍ତାକୁ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଫଟୋ ଉତ୍ତୋଳନ ପାଇଁ ମଧ୍ୟ ବାରଣ କରାଯାଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ସେମିତି ବଡ଼ ଧରଣର ଅଘଟଣ ଘଟିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe