୩୦ ଲକ୍ଷ ଟଙ୍କାର ପାଇପ୍‌ ଚୋରି, ୯ ଅଟକ

Advertisment
୩୦ ଲକ୍ଷ ଟଙ୍କାର ପାଇପ୍‌ ଚୋରି, ୯ ଅଟକ

କାଳିଆପାଣି/ସୁକିନ୍ଦା : ଓଡ଼ିଶା ଉଠା ଜଳସେଚନ ନିଗମ ମାଧ୍ୟମରେ ସୁକିନ୍ଦା ବ୍ଲକ୍‌ର ବିଭିନ୍ନ ଚାଷଜମିକୁ ଜଳ ସେଚନ ପାଇଁ କାମ କରୁଥିବା ମେଘା ଇଞ୍ଜିନିୟରିଂ କମ୍ପାନିର ବିଭିନ୍ନ କ୍ୟାମ୍ପ୍‌ରୁ ଗତକାଲି ରାତିରେ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର (ଡିଆଇ) ପାଇପ୍‌ ଲୁଟ୍‌ ହୋଇଥିଲା। ଲୁଟେରାମାନେ ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରିଥିଲେ। ତେବେ କଂପାନି କର୍ମଚାରୀ ଏବଂ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗୋଟିଏ ହାଇଡ୍ରା, ୩ଟି ପାଇପ୍‌ ବୋଝେଇ ଟ୍ରକ୍‌ ଜବତ କରିଛନ୍ତି। ସୁକିନ୍ଦା ପୁଲିସ ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ଗତ ୮ ତାରିଖ‌ ରାତିରେ ମେଘା ଇଞ୍ଜିନିୟରିଂ ଠିକାସଂସ୍ଥାର ସୁକିନ୍ଦା, ବରଡ଼ି ଓ ହାତୀବାରି ସାଇଟ୍‌ରୁ କିଛି ଲୁଟେରା ନିରାପତ୍ତାରକ୍ଷୀଙ୍କୁ ମାଡ଼ମାରି ରାତିଅଧିଆ ହାଇଡ୍ରା ଓ ଟ୍ରକ୍‌ ଲଗାଇ ପାଇପ୍‌ ଉଠାଇ ନେଇଥିଲେ। ତିନୋଟି କ୍ୟାମ୍ପରୁ ପ୍ରାୟ ୧୫୦ଟି ପାଇପ୍‌ ଚ‌ୋରି ହୋଇଥିଲା। ଯାହାର ଅନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ। ତେବେ ମାଡ଼ ଖାଇଥିବା ସୁରକ୍ଷା କର୍ମଚାରୀଙ୍କ ଠାରୁ ସୂଚନା ପାଇ କମ୍ପାନିର ବିଭିନ୍ନ ସାଇଟ୍‌ ଓ କ୍ୟାମ୍ପ୍ ଅଫିସରେ ନି‌ୟୋଜିତ କର୍ମଚାରୀ ସଂଘବଦ୍ଧ ଭାବେ ହାଇଡ୍ରା ଡ୍ରାଇଭର ଓ ଏକାଧିକ ଲୁଟେରାଙ୍କୁ କାବୁକରି ପୁଲିସ ଜିମା ଦେଇଥିଲେ।

publive-image

ପୁଲିସ ପକ୍ଷରୁ ତନାଘନା କରାଯାଇ ଆଜି ଭୋରୁ ଦାନଗଦୀ ମିଲିଟାରି ଛକ ପାଖ ଓଜନ କଣ୍ଟାଘର, ଡୁବୁରି ପେଟ୍ରୋଲ ପମ୍ପ୍ ଓ ଜାତୀୟ ରାଜପଥ-୫୩ ସଂସାଇଲୋ ରାସ୍ତାକଡ଼ରୁ ୩ଟି ଯାକ ଟ୍ରକ୍‌ ଜବତ ହୋଇଥିଲା। ପୁଲିସ ପକ୍ଷରୁ ପାଇପ୍‌ ବୋଝେଇରେ ନିୟୋଜିତ ହାଇଡ୍ରା(ଓଡି-୧୯ପି-୪୦୧୦) ଏବଂ ପାଇପ୍ ବୋଝେଇ ଟ୍ରକ୍‌(ଏମ୍‌ଏଚ୍-୧୬ସିଡି-୦୯୫୭, ଏମ୍‌ଏଚ୍-୨୩ଡବ୍ଲ୍ୟୁ-୧୬୩୩ ଓ ଏମ୍‌ଏଚ୍-୪୦ସିଡି-୪୯୧୮) ଉଦ୍ଧାର କରାଯାଇଛି। ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ହାଇଡ୍ରା ଡ୍ରାଇଭରଙ୍କ ସମେତ ୯ ଜଣ ରହିଛନ୍ତି। ମେଘା ଇଞ୍ଜନିୟରିଂ କମ୍ପାନି ପକ୍ଷରୁ ପ୍ରକଳ୍ପ ପ୍ରବନ୍ଧକ ସଂପଦ କୁମାର ନାଗ ଥାନାରେ ଏତଲା ଦେଇଥିଲେ। ଏନେଇ କେସ୍ ୨୮/୨୩ ରୁଜୁ ହୋଇଥିବା ସୁକିନ୍ଦା ଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି।।

ଜାଲ୍‌ କାଗଜାତ୍‌ ପ୍ରସ୍ତୁତ କରାଯାଇ ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ ସଂସ୍ଥା ଦ୍ବାରା ଏସବୁ ପାଇପ୍ ରାତାରାତି ଟ୍ରକ୍‌ ଯୋଗେ ରାୟପୁର ଓ ଭିଲାଇ ଚାଲାଣ ହେବାକୁ ଥିଲା। ସୁକିନ୍ଦାଗଡ଼ର ଜନୈକ ମାଫିଆ ଇଙ୍ଗିତରେ ପାଇପ୍‌ ଲୁଟ୍ ହେଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe