ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି

Advertisment
ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ପିପିଲି ଉପନିର୍ବାଚନକୁ ପୁଣି ଥରେ ସ୍ଥଗିତ କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମହାମାରୀ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିସନ । ଏଥି ସହିତ ନିର୍ବାଚନ କମିସନ ଆଚରଣବିଧି ଉଠାଇ ଦିଆଯାଇଛି । ନିର୍ବାଚନ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, ଆସନ୍ତା ମେ’ ୧୬ ତାରିଖରେ ପିପିଲି ଉପ-ନିର୍ବାଚନ ହେବାର ଥିଲା । । ୧୯ ତାରିଖରେ ଭୋଟ ଗଣତି ହେବାର ଥିଲା । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିସନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ ବେଙ୍ଗଲ ଏବଂ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe