ଏସ୍‌ସିବିରେ ପିପିଲି ଅଗ୍ନିକାଣ୍ଡ ପୀଡ଼ିତା : ବାପ-ଝିଅ ମୃତ, ମା’ ଗୁରୁତର

Advertisment
ଏସ୍‌ସିବିରେ ପିପିଲି ଅଗ୍ନିକାଣ୍ଡ ପୀଡ଼ିତା : ବାପ-ଝିଅ ମୃତ, ମା’ ଗୁରୁତର

କଟକ : ପୁରୀ ଜିଲ୍ଲା ପିପିଲିର ଦାନଗହରି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ଆହତ ୩ ଜଣ ଆଜି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ମେଡିକାଲ୍‌ରେ ପହଞ୍ଚିବା ପରେ ବାପା ମହମ୍ମଦ ଅବଦୁଲ୍‌ ଓ ଝିଅ ନଜୌ ବେଗମ୍‌ଙ୍କର ମୃତ୍ୟୁ ଘଟିଥିଲା ବେଳେ ମା’ ରେହମା ବିବିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ମଧ୍ୟ ଶଙ୍କଟାପନ୍ନ ଥିବା ପ୍ଲାଷ୍ଟିକ୍‌ ସର୍ଜରୀ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି।

publive-imageଘରେ ଶୋଇଥିବା ବେଳେ କେହି ଦୁର୍ବୃର୍ତ୍ତ କବାଟ ବହାରପଟୁ ବନ୍ଦ କରିଦେଇ ଘରେ ନିଅାଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ଓ ଦମକଳ କର୍ମଚାରୀ ଉକ୍ତ ତିନିଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପିପିଲି ଓ ପରେ ଏସ୍‌ସିବି ମେଡିକାଲ୍‌କୁ ପଠାଇଥିଲେ। ତେବେ ଏସ୍‌ସିବି ମେଡିକାଲ୍‌ରେ ମୃତ ଝିଅର ଶବକୁ ବ୍ୟବଚ୍ଛେଦ ଗୃହ ପର୍ଯ୍ୟନ୍ତ ନେବା ପାଇଁ ଷ୍ଟ୍ରେଚର ନମିଳିବାରୁ କାଜୁଆଲ୍‌ଟିରେ କିଛି ସମୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକ ଅଟୋରେ ମୃତଦେହକୁ ଧରି ବ୍ୟବଚ୍ଛେଦ ଗୃହ ପର୍ଯ୍ୟନ୍ତ ନିଆଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe