ପିପିଲି ଗଣଦୁଷ୍କର୍ମ ମାମଲା : ପ୍ରମାଣ ଅଛି, ହାଇକୋର୍ଟ ଯିବୁ

Advertisment

କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ସାମ୍ବାଦିକ ସମ୍ମିଳନୀ

କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ସାମ୍ବାଦିକ ସମ୍ମିଳନୀ

ପିପିଲି ଗଣଦୁଷ୍କର୍ମ ମାମଲା : ପ୍ରମାଣ ଅଛି, ହାଇକୋର୍ଟ ଯିବୁ

କଟକ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ଅତିରିକ୍ତ ପିପିଙ୍କ ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ମତାମତ ନିଆଯାଇଛି। ଖୁବ୍‌ଶୀଘ୍ର ଏ ସ˚କ୍ରାନ୍ତରେ ଡାଇରେକ୍ଟର ଅଫ୍‌ ପବ୍ଲିକ ପ୍ରସିକ୍ୟୁସନ୍‌ଙ୍କୁ ଅବଗତ କରାଯିବ ଏବଂ ଭୁବନେଶ୍ବର ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବୁ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀରେ ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି, ପିପିଲି ଘଟଣାର ତଦନ୍ତ ଠିକ୍‌ ଭାବେ କରାଯାଇଛି। ସରକାରୀ ଓକିଲ ଭୁବନେଶ୍ବର କୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ମାନ୍ୟବର ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ହତ୍ୟାକାଣ୍ତ ଘଟିିଛି। କିନ୍ତୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଶୁଣାଣି ସମୟରେ ମିଳିନ‌ାହିଁ। ଏହି ପ୍ରସଙ୍ଗରେ ଅତିରିକ୍ତ ପିପିଙ୍କ ମତାମତ ସ˚ଗ୍ରହ କରାଯାଇଛି। ରାୟର ନକଲ ଆଜି ହସ୍ତଗତ ହୋଇଛି। ଏବେ ସମଗ୍ର ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଉଛି। ଅତିରିକ୍ତ ପିପି ମଧ୍ୟ ଲିଖିତ ଆକାରରେ ଜଣାଇଛନ୍ତି ଯେ ଏହି ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ରହିଛି। ତେଣୁ ସବୁ ତଥ୍ୟ ପ୍ରମାଣ ଯେହେତୁ ଆମ ପାଖରେ ରହିଛି, ତେଣୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୧, ନଭେମ୍ବର ୨୯ ତାରିଖରେ ପିପିଲି ଥାନା ଅର୍ଜୁନଗୋଦା ଅଞ୍ଚଳରେ ବବିନା ବେହେରାଙ୍କୁ ବିଲ ମଝିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ୨୦୧୨ ଜାନୁଆରୀ ୯ ତାରିଖରେ ମାମଲା (କେସ୍‌ ନ˚୧୦)ରୁଜୁ କରି ୧୦ ତାରିଖରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ ୨୪ ତାରିଖରେ ଭୁବନେଶ୍ବର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟ ହତ୍ୟା ଘଟଣାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜି ନିମ୍ନ ଅଦାଲତଙ୍କ ରାୟ ପ୍ରସଙ୍ଗରେ କ୍ରାଇମ୍‌ବ୍ରାଞ୍ଚ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ପକ୍ଷ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe