ପିପିଲି ପୁଲିସର ଥାର୍ଡ ଡିଗ୍ରି ଘଟଣା : ଜୁଭେନାଇଲ ଜଷ୍ଟିସ କୋର୍ଟରେ ନାବାଳକ ହାଜର

Advertisment
ପେନ୍‌ସନ୍‌ ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ୮ରୁ

Kenyan Wallstreet

ପିପିଲି : ଥାନା ହାଜତରେ ଥାର୍ଡ ଡିଗ୍ରିର ଶିକାର ହୋଇଥିବା ନାବାଳକକୁ ଆଜି ସନ୍ଧ୍ୟାରେ ପିପିଲି ପୁଲିସ ନିମାପଡ଼ା ସବ୍‌ଜେଲ୍‌ରୁ ନେଇ ପୁରୀରେ ଥିବା ଜୁଭେନାଇଲ୍‌ ଜଷ୍ଟିସ କୋର୍ଟରେ ହାଜର କରାଇଛି। ଗିରଫ କରିବାର ୧୪ ଦିନ ପରେ ଆଜି ଏସ୍‌ପିଙ୍କ ଆଦେଶକ୍ରମେ ପୁଲିସ ଉକ୍ତ ନାବାଳକକୁ ନେଇ ବାଳ ଅପରାଧୀମାନଙ୍କ ପାଇଁ ଉଦ୍ଦିଷ୍ଟ କୋର୍ଟରେ ହାଜର କରିଛି।

ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଉକ୍ତ ନାବାଳକକୁ ପୁଲିସ ୧୩ ତାରିଖରେ ଗିରଫ କରିଥିବାବେଳେ ଅନ୍ୟ ସାଧାରଣ ଅଭିଯୁକ୍ତଙ୍କ ସହିତ ମିଶାଇ ୧୯ ତାରିଖରେ ପିପିଲି କୋର୍ଟକୁ ପଠାଇଥିଲା। ଏହି ନାବାଳକର ପରିବାରକୁ ନ ପଚାରି ପୁଲିସ ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦୁଇଦିନ ତଳେ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ କୋର୍ଟରେ ହାଜର କରା ନଯିବାରୁ ଆଜି ପୁଣି ଏସ୍‌ପିଙ୍କ ସହ ସୁଶ୍ରୀ ସନ୍ଧ୍ୟାବତୀ ଯୋଗାଯୋଗ କରିଥିଲେ। ଏସ୍‌ପି ନିର୍ଦ୍ଦେଶ ଦେବା ପରେ ଚୁପଚାପ ବସିପଡିଥିବା ପିପିଲି ପୁଲିସ ଉକ୍ତ ନାବାଳକକୁ ନିମାପଡ଼ା ସବ୍‌ଜେଲରୁ ଆଜି ସନ୍ଧ୍ୟା ୬ଟା ବେଳେ ନେଇ ପୁରୀ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe