ବାରିପଦା: ମୟୂରଭଞ୍ଜ ଜିଲ୍ଲା ରିପଦା ସଦର ପୁଲିସକୁ ମିଳିଛି ସଫଳତା। ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଚଢଉ କରି ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ଏକ ପିସ୍ତଲ, ସୁନାଗହଣା, ଦୁଇଟି ବାଇକ ଜବତ କରାଯାଇଛି। ଗିରଫ ଲୁଟେରା ହେଲେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ଗୋପିନାଥ ମହାରଣା(୩୬) ଓ ସରୋଜ ଦଣ୍ଡପାଟ(୨୮)। ସେମାନଙ୍କଠାରୁ ଲୁଟ୍ ସାମଗ୍ରୀ କିଣିଥିବା ତରୁଣ ରଣାକୁ ବି ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ଗତ ୨୧ ତାରିଖରେ ବୈଶିଙ୍ଗା ଥାନା ନୂଆଡ଼ିହି ଗ୍ରାମର କାର୍ତ୍ତିକେଶ୍ବର ମହାନ୍ତ ଏକ ବାଇକ୍ ଯୋଗ ଭଉଣୀକୁ ଧରି ବାରିପଦାକୁ ଆସିଥିଲେ। କାମ ସାରି ଫେରୁଥିବା ବେଳେ ସଦର ଥାନା ନିକଟ ରାଜପଥରେ ଗୋପିନାଥ ଓ ସରୋଜ ସେମାନଙ୍କୁ ପିସ୍ତଲ ଦେଖାଇ କାର୍ତ୍ତିକେଶ୍ବରଙ୍କ ଭଉଣୀ ବେକରୁ ଏକ ସୁନାଚେନ୍ ନେଇ ପଳାଇ ଯାଇଥିଲେ। ଏ ନେଇ ଗତ ୨୨ ତାରିଖ ଦିନ ସଦର ଥାନାରେ ଅଭିଯୋଗ ହୋଇଥିଲା। ସଦର ଥାନାଧିକାରିଣୀ ମଧୁସ୍ମିତା ମହାନ୍ତିଙ୍କ ନେତୃତ୍ବରେ ଗଠିତ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଗତକାଲି ରାତିରେ ୨ ଲୁଟେରାଙ୍କ ସହ ଲୁଟ୍ ସୁନାଗହଣା କିଣିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି ବୋଲି ସଦର ଉପଖଣ୍ଡ ପୁଲିସ ଅଧିକାରୀ କେକେ ହରିପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
Follow Us