ଗୋପାଳଙ୍କୁ ୨୦୧୩ରୁ ମିଳିଥିଲା ପିସ୍ତଲ ଓ ଗୁଳି

ଗୋପାଳଙ୍କୁ ୨୦୧୩ରୁ ମିଳିଥିଲା ପିସ୍ତଲ ଓ ଗୁଳି

ଝାରସୁଗୁଡ଼ା: ନବ ଦାସଙ୍କୁ ଗୁଳି କରିଥିବା ଏଏସ୍‌ଆଇ ଗୋପାଳ ଦାସକୁ ୨୦୧୩ ଜାନୁଆରି ୩୦ ତାରିଖରୁ ପିସ୍ତଲ ଓ ୨୪ଟି ଗୁଳି ଇସ୍ୟୁ ହୋଇଥିବା ଜଣାଯାଇଛି। ଗୋପାଳ କନ୍‌‌ଷ୍ଟେବଲ୍‌ ଭାବେ ଗଞ୍ଜାମ ଜିଲ୍ଲାରେ ଚାକିରି ଆରମ୍ଭ କରିଥିବା ବେଳେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ୨୦୦୯ରେ ଝାରସୁଗୁଡ଼ାକୁ ବଦଳି ହୋଇ ଆସିଥିଲା। ସେ ଟାଉନ ଥାନା, ବଡ଼ମାଲ ଥାନା, କୋଲାବିରା, ବେଲପାହାଡ଼ରେ କାମ କରିବା ପରେ ୨୦୨୦ରେ ବ୍ରଜରାଜନଗର ଗାନ୍ଧୀ ଛକରେ କାର୍ଯ୍ୟରତ ଥିଲା।

ବଡ଼ମାଳ ଥାନାରେ ଥିବା ବେଳେ ଗୋପଳକୁ ୯ ଏମ୍‌ଏମ୍‌ ପିସ୍ତଲ ଓ ୨୪ଟି ଗୁଳି ଇସ୍ୟୁ କରାଯାଇଥିଲା। ୨୦୨୦ରେ ପୁରୁଣା ଗୁଳି ନେଇ ନୂଆ ଗୁଳି ଦିଆଯାଇଥିଲା। ୨୦୨୨ ଡିସେମ୍ବର ମାସରେ ବନ୍ଧୁକ ଚାଳନା ରେଞ୍ଜ ପ୍ରଶିକ୍ଷଣ ନେଇଥିଲେ। ଗୋପାଳ ଏଏସ୍‌ଆଇରୁ ଏସ୍‌ଆଇ ପଦୋନ୍ନତି ପାଇଁ ଦୁଇ ଥର ନିର୍ଦ୍ଦେଶ ଆସିଥିବା ବେଳେ ସେ ତାକୁ ଫର୍ଗୋ କରି ଦେଇଥିବା ଜଣାଯାଇଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି ଯେ, ଗୋପାଳ ଚାକିରି କ୍ୟାରିଅରରେ ଯେଉଁ ମେଡାଲ ପାଇଥିବା କଥା ଚର୍ଚ୍ଚାକୁ ଆସିଛି ତାହା ସତ୍ୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe