ମିଳିଲା ଗାୟବ୍ ଡମି ବନ୍ଧୁକ

Advertisment
ମିଳିଲା ଗାୟବ୍ ଡମି ବନ୍ଧୁକ

Tribune India

ବରଗଡ଼: ଏନ୍‌ସିସି କ୍ୟା‌ଡେଟ୍‌ଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ଡମି ବନ୍ଧୁକ ପୁଲିସ୍‌ ହେପାଜତରୁ ଗାୟବ୍‌ ଘଟଣା ନେଇ ଶୁକ୍ରବାର 'ସମ୍ବାଦ'ରେ ପ୍ରକାଶ ପାଇଥିଲା। ମାସ ମାସ ଧରି ବନ୍ଧୁକ ଗାୟବ ହୋଇଯାଇଥିଲେ ମଧ୍ୟ ଘଟଣାକୁ ହାଲୁକା ଭାବେ ନିଆଯାଇଥିଲା। ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ଚେଇଁଥିଲା।

ଶୁକ୍ରବାର ଦିନ ତମାମ ପୁଲିସ୍‌ ଏବଂ ଏନ୍‌ସିସି ଅଧିକାରୀମାନେ ଟାଉନ୍‌ ଥାନା ଗୋଦାମ ଗୃହ ଅଣ୍ଡାଳିଥିଲେ। ଥାନାଧିକାରୀ ସତ୍ୟଜିତ୍‌ ‌ଖାଣ୍ଡେକେଲ୍‌ଙ୍କ ନେତୃତ୍ବରେ ଅବସରପ୍ରାପ୍ତ ଏନ୍‌ସିସି କ୍ୟାପ୍‌ଟେନ୍‌ ପାଣ୍ଡବ ବେହେରା, ଏନ୍‌ସିସି ଅଧିକାରୀ ମାନସ ରଂଜନ ଭୋଇ, ଅଧ୍ୟାପକ ବିଜୟ ନାଗଙ୍କ ଉପସ୍ଥିତିରେ ତନାଘନା ଚାଲିଥିଲା। ପରେ ୯ଟି ଡମି ବନ୍ଧୁକ ଉଦ୍ଧାର କରାଯାଇଥିଲା। ସେଗୁଡ଼ିକୁ ପଞ୍ଚାୟତ କଲେଜ୍‌ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଅଧ୍ୟକ୍ଷ ପତିତପାବନ ସାହୁ ସୂଚନା ଦେଇଛନ୍ତି। ସୂଚନା ‌ଯୋଗ୍ୟ, ପୁଲିସ୍‌ ହେପାଜତରୁ ଡମି ବନ୍ଧୁକ ଗାୟବ୍‌ ହେବା ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏପରିକି ଏନ୍‌ସିସି ମୁଖ୍ୟାଳୟରୁ ବି ଉଦ୍‌ବେଗ ପ୍ରକାଶ ପାଇଥିଲା। କଲେଜ୍‌ କର୍ତୃପକ୍ଷ ଏନେଇ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଛାନ୍‌ଭିନ୍‌ରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe