ଲୁଟ୍‌ ସାମଗ୍ରୀ ଜବତ ବେଳେ ମିଳିଲା ପିସ୍ତଲ, ଅଭିଯୁକ୍ତ ଗିରଫ

ଲୁଟ୍‌ ସାମଗ୍ରୀ ଜବତ ବେଳେ ମିଳିଲା ପିସ୍ତଲ, ଅଭିଯୁକ୍ତ ଗିରଫ

ବ୍ରଜରାଜନଗର : ଓରିଏଣ୍ଟ ଥାନା ଅନ୍ତର୍ଗତ ବାବାମାଠିଆପଡ଼ାରେ ୩ ତାରିଖ ରାତି ୧୦ ଟାରେ ୨ କାର୍‌ ଆରୋହୀଙ୍କୁ ଭୁଜାଲିରେ ଆକ୍ରମଣ କରି ସୁନା ଚେନ, ୪ଟି ସୁନା ମୁଦି, ବ୍ରେସଲେଟ, ହାତବନ୍ଧା ଘଡ଼ି ଓ ନଗଦ ୨୫ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେହିପଡ଼ାର ଉମେଶ ଯାଦବକୁ ଗିରଫ କରିଛି। ପୁଲିସ ଉମେଶକୁ ଗିରଫ କରିବା ସମୟରେ ଏକ ଦେଶୀ ପିସ୍ତଲ ସହ ଲୁଟ୍‌ ସାମଗ୍ରୀ ମଧ୍ୟରେ ସୁନା ଚେନ୍‌, ୨ଟି ମୁଦି, ହାତବନ୍ଧା ଘଡ଼ି ସ ବ୍ରେସଲେଟ୍‌ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ଜଣ ଫେରାର ଅଛନ୍ତି।

publive-image

ପୁଲିସ ସୂଚନା ଅନୁଯାୟୀ ବାବାମାଠିଆପଡ଼ାରେ  ରହୁଥିବା ପଙ୍କଜ ଗୁପ୍ତାଙ୍କ ଘରକୁ ତାଙ୍କର ୨ ଜଣ ସଂପର୍କୀୟ ନୀଳମାଧବ ମିଶ୍ର ଓ ଦୀପକ ନାୟକ ଏକ କାର୍‌ ଯୋଗେ ଆସିଥିଲେ। ରାତି ୧୦ ଟାରେ ସେମାନେ ବୁର୍ଲା ଯିବା ଉଦ୍ଦେଶ୍ୟରେ ବାହାରି  କାର ନିକଟକୁ ଆସିଥିଲେ। କାର ବାହାର କରିବା ସମୟରେ ଘଟଣାସ୍ଥଳରେ ଉମେଶ ଓ ଅନ୍ୟ ୨ଜଣ ପହଞ୍ଚି ସେମାନଙ୍କୁ ଭୁଜାଲି ଦେଖାଇ ଭୟଭୀତ କରିବା ସହିତ ଲୁଟ୍‌ କରିବାକୁ ପ୍ରୟାସ କରିଥିଲେ। ଏଥିରେ ସେମାନେ ବାଧା ଦେବାରୁ ଉମେଶ ଓ ତା ସହଯୋଗୀ ଭୁଜାଲିରେ ଆକ୍ରମଣ କରି ଜିନିଷ ଲୁଟି ଫେରାର ହୋଇଯାଇଥିଲେ। ସେମାନେ ବୁର୍ଲା ଫେରିବା ପରେ  ଚିକିତ୍ସା କରାଇଥିଲେ। ପୁନର୍ବାର ବ୍ରଜରାଜନଗର ଫେରି ଏନେଇ ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କ ତତ୍ତ୍ବାବଧାନରେ ଓରିଏଣ୍ଟ ଥାନା ଅଧିକରୀ କଲ୍ୟାଣୀ ବେହେରା ଏହାର ତଦନ୍ତ କରି ଅଭିଯୁକ୍ତ  ଉମେଶକୁ ଗିରଫ କରିଥିଲେ। ଲୁଟ୍‌ ଟଙ୍କା ସେମାନେ ଖର୍ଚ୍ଚ କରିଦେଇଥିବା ଅଭିଯୁକ୍ତ ଉମେଶ ପ୍ରକାଶ କରିଛି। ରବିବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe