ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ କୋଠରୀରୁ ମିଳିଲା ଦେଶୀ ପିସ୍ତଲ

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ କୋଠରୀରୁ ମିଳିଲା ଦେଶୀ ପିସ୍ତଲ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକ ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ନିଜ ପାଖରେ ବନ୍ଧୁକ ରଖୁଥିବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ସାହୁ ରହୁଥିବା କୋଠରୀ ସଫା କରାଯିବା ସମୟରେ ଏକ ବନ୍ଧୁକ ପାଇଥିଲେ ସଫେଇ କର୍ମଚାରୀ।। ସେହି ଦେଶୀ ପିସ୍ତଲଟି ଶିକ୍ଷକ ଗୋବିନ୍ଦ ସାହୁଙ୍କର ବୋଲି ଜଣାଯାଇଛି।

publive-image

ତେବେ ସେ କାହିଁକି ତାକୁ ନିଜ ପାଖରେ ରଖୁଥିଲେ ଏବଂ ଏହା ଜରିଆରେ ସେ କୌଣସି ଅପରାଧିକ କାର୍ଯ୍ୟ ଘଟାଇଛନ୍ତି କି ନା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏପରିକି ଏହି ଘଟଣା ସଂପର୍କରେ ପୁଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଗୋବିନ୍ଦ ସାହୁ ସେହି ସ୍କୁଲରେ ରହି ଶିକ୍ଷକତା କରୁଥିଲେ। ତେବେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧଜୀବୀମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe