ପୀତବାସ ହତ୍ୟାକାଣ୍ଡ: କର୍ପୋରେଟରଙ୍କୁ ଉଠାଇନେଲେ, ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଅଜ୍ଞାତ ସ୍ଥାନ‌ରେ ଜେରା

Advertisment

ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ନିକଟତର ହୋଇସାରିଛି। ବଡ଼ ସୁରାକ ସହ ସହରର ଜଣେ ଜଣାଶୁଣା କର୍ପୋରେଟର୍‌ଙ୍କୁ ପୁଲିସ ଉଠାଇ ନେଇଛି।

ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ନିକଟତର ହୋଇସାରିଛି। ବଡ଼ ସୁରାକ ସହ ସହରର ଜଣେ ଜଣାଶୁଣା କର୍ପୋରେଟର୍‌ଙ୍କୁ ପୁଲିସ ଉଠାଇ ନେଇଛି।

pitavasa

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ନିକଟତର ହୋଇସାରିଛି। ବଡ଼ ସୁରାକ ସହ ସହରର ଜଣେ ଜଣାଶୁଣା କର୍ପୋରେଟର୍‌ଙ୍କୁ ପୁଲିସ ଉଠାଇ ନେଇଛି। ଦିନତମାମ ଘଣ୍ଟାଚକଟା ପରେ ଆଜି ରାତିରେ ସମ୍ପୃକ୍ତ କର୍ପୋରେଟରଙ୍କୁ ତାଙ୍କ ଘରୁ ଉଠାଇ ନେଇଥିବା ବେଳେ ପୁଲିସ ଏ ନେଇ ମୁହଁ ଖୋଲୁନାହିଁ। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଏହି ମାମଲାରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ବ୍ରହ୍ମପୁର ପୁଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଅଟକ କର୍ପୋରେଟରଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା ଆରମ୍ଭ କରିଛି।

୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଅଜ୍ଞାତ ସ୍ଥାନ‌ରେ ଜେରା
ହତ୍ୟାକାଣ୍ଡ ପଛରେ ୧୦ କୋଟିର ଜମି କାରବାର
ପୁଲିସ ସ୍କାନର୍‌ରେ ଜେଲ୍‌ ଫେରନ୍ତା ହତ୍ୟା ଅଭିଯୁକ୍ତ

ରିପୋର୍ଟ ଲେଖାହେବା ବେଳକୁ ଏସ୍‌ପି ଡା. ଶରବଣା ବିବେକ ଏମ୍‌ଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍‌ ଖଲ୍ଲି‌କୋଟରେ ଚଢ଼ଉ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଉଠାଇ ଆଣିଛନ୍ତି। ପୀତବାସଙ୍କ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡକୁ ପୁଲିସ ଖୋଜି ପାଇଥିବା କୁହାଯାଉଛି। ଜେଲ୍‌‌ରେ ଥିବା ଅପରାଧୀଙ୍କ ସୂଚନା ବି ନିଆଯାଇଛି। ଗତକାଲି ଖଲ୍ଲିକୋଟ, ପୋଲସରା, ଦିଗପହଣ୍ଡି, କବିସୂର୍ଯ୍ୟନଗର ଓ ପାଟପୁର ଅଞ୍ଚଳରେ ଚଢ଼ଉ ହୋଇଥିଲା। ଏଥିରେ କିଛି ବଡ଼ ତଥ୍ୟ ପୁଲିସ ହାତରେ ଲାଗିଥିଲା। ପାଟପୁର ଅଞ୍ଚଳରେ କିଛି ସିସିଟିଭି ଫୁଟେଜ୍‌ରେ ଅପରାଧୀଙ୍କ ଗତିବିଧି ଜଣାପଡ଼ିବା ପରେ ପୁଲିସ ଆଜି ପୁଣି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ଲଙ୍ଗଳଦେଇପୁରରୁ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଟେକି ଆଣିଛି। ପୀତବାସ ହତ୍ୟାକାଣ୍ଡରେ ସେମାନଙ୍କର ହାତ ରହିଛି କି ନାହିଁ, ସେ ନେଇ ଜେରା ଚାଲିଛି। ଏଥିସହ ସହରର ଜଣେ କର୍ପୋରେଟରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା ଚାଲିଛି।

ଚର୍ଚ୍ଚା ହେଉଛି, ଏକ ଜମିଜମା କାରବାର ଲାଗି ୧୦ରୁ ୧୨ କୋଟି ଟଙ୍କାର ଏକ ଡିଲ୍‌ ହୋଇଥିଲା। ଯାହାକୁ ନେଇ ପୀତବାସଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି ବିବାଦରେ ସହରର କିଛି ବିଶିଷ୍ଟ ବ୍ୟବସାୟୀ ଓ ରାଜନେତା ସାମିଲ ଥିଲେ। ତେଣୁ ହତ୍ୟାକାଣ୍ଡ ପଛରେ ଏହା ଏକ ଲିଙ୍କ୍‌ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ପୂର୍ବରୁ ବିଭିନ୍ନ ହତ୍ୟାକାଣ୍ଡରେ ଜେଲ୍‌ ଯାଇଥିବା କିଛି ଅଭିଯୁକ୍ତଙ୍କୁ ଆଣି ପୁଲିସ ଜେରା କରୁଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe