ଆରୋଗ୍ୟ ପାଇଁ କୁନିରଥ ଗଢ଼ିଲେ ପୀୟୂଷ

Advertisment
ଆରୋଗ୍ୟ ପାଇଁ କୁନିରଥ ଗଢ଼ିଲେ ପୀୟୂଷ

ହାଟଡିହି: କଥାରେ ଅଛି ‘ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର’। ଏହି ଉକ୍ତି ପାଳନ କରିବା ପାଇଁ ଆଗେଇ ଆସିଛନ୍ତି ହାଟଡିହି ବ୍ଲକ୍‌ ଆମ୍ବୋ ପଞ୍ଚାୟତ ଶଙ୍ଖୋ ଗ୍ରାମର କାହ୍ନୁଚରଣ ମିଶ୍ରଙ୍କ ୧୨ ବର୍ଷର ପୁଅ ପୀୟୂଷ। ଥାଲାସେମିଆ ରୋଗରୁ ଭଲ ହେବା ପାଇଁ ପୀୟୂଷ ନିଜ ହାତରେ କୁନିରଥ ଗଢ଼ିଛନ୍ତି। ଶ୍ରୀଗୁଣ୍ଡିଚା ଦିନ ଏହି ରଥକୁ ଗାଁ ଦାଣ୍ଡରେ ଟାଣିଲେ ସେ ରୋଗମୁକ୍ତ ହୋଇଯିବେ ବୋଲି ବିଶ୍ବାସ ରଖିଛନ୍ତି।

ପୀୟୂଷ ପିଲାଦିନରୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ଜଗନ୍ନାଥଙ୍କ ରଥ ତିଆରି କରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଟାଣିବା ପାଇଁ ପୀୟୂଷ ଇଚ୍ଛା କଲେ। ଏଥିପାଇଁ ସେ ମା’ ସସ୍ମିତା ମିଶ୍ରଙ୍କ ସହଯୋଗ ଲୋଡ଼ିଥିଲେ। ମା’ପୁଅଙ୍କ ଉଦ୍ୟମରେ ଏବେ କୁନିରଥ କାମ ସମ୍ପୂର୍ଣ୍ଣ ହୋଇଛି। ଶ୍ରୀଗୁଣ୍ଡିଚାରେ ତା କୁନିରଥରେ ବସି ଜଗନ୍ନାଥ ଗାଁ ବୁଲିଲେ ଦେହ ଭଲ ହୋଇଯିବ ପୀୟୂଷ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe