ସ୍ବିଡେନ ସରକାରଙ୍କ କଳା ବିଭାଗ ପରାମର୍ଶଦାତା ହେଲେ ପି.କେ ମହାନନ୍ଦିଆ

Advertisment
ସ୍ବିଡେନ ସରକାରଙ୍କ କଳା ବିଭାଗ ପରାମର୍ଶଦାତା ହେଲେ ପି.କେ ମହାନନ୍ଦିଆ

Treehugger

ଭୁବନେଶ୍ବର : ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋ‌ଇଛନ୍ତି ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ ମହାନନ୍ଦିଆ। ଶ୍ରୀ ମହାନନ୍ଦିଆ ଏବେ ସ୍ବିଡେନ ଲଳନାଙ୍କୁ ବିବାହ କରି ଏବେ ସେଠ‌ାରେ ରହୁଛନ୍ତି।

ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ସ୍କୁଲରେ ପାଠ ପଢ଼ିବା ବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀର ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ। ଆଉ ତାଙ୍କର ସେହି ଦୁର୍ବଳତା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା।

ତେବେ ସ୍ବିଡେନର ଚାରଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିବା ବେଳେ ଶ୍ରୀ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିବା ପରେ ସେ ପିକେଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଆଉ ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ। ବିବାହ ପରେ ଚାରଲୋଟ ସ୍ଵିଡେନ ଫେରି ଯାଇଥିଲେ। ପରେ ୧୯୭୭ ମସିହାରେ ଶ୍ରୀ ମହାନନ୍ଦିଆ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ ଏବଂ ଦୀର୍ଘ ୫ମାସ କାଳ ସାଇକେଲ ଚଳାଇ ସେ ସ୍ବିଡେନରେ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ସ୍ବିଡେନର ନାଗରିକତ୍ବ ଗ୍ରହଣ କରି ସେଠାରେ ରହି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe