ସମ୍ବଲପୁରରେ ପହଞ୍ଚିଲେ ପି.କେ.ମିଶ୍ର

Advertisment

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ.ମିଶ୍ର ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଛନ୍ତି। ଦିନ ୨ଟା ୪୦ ମିନିଟ୍‌ରେ ସେ ଇଣ୍ଡିଗୋର ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ଝାରସୁଗୁଡ଼ାରେ ଅବତରଣ କରିବାର ଥିଲା।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ.ମିଶ୍ର ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଛନ୍ତି। ଦିନ ୨ଟା ୪୦ ମିନିଟ୍‌ରେ ସେ ଇଣ୍ଡିଗୋର ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ଝାରସୁଗୁଡ଼ାରେ ଅବତରଣ କରିବାର ଥିଲା।

ssdcxxcd

ଝାରସୁଗୁଡ଼ା/ଚିପିଲିମା: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ.ମିଶ୍ର ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଛନ୍ତି। ଦିନ ୨ଟା ୪୦ ମିନିଟ୍‌ରେ ସେ ଇଣ୍ଡିଗୋର ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ଝାରସୁଗୁଡ଼ାରେ ଅବତରଣ କରିବାର ଥିଲା। କିନ୍ତୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନ୍‌ୱେରେ ଫାଟ ସୃଷ୍ଟି ହୋଇଥିବା ପାଇଲଟ୍‌ ଦେଖିବାକୁ ପାଇଥିଲେ। ଫଳରେ ବିମାନର ଅବତରଣ ପ୍ରକ୍ରିୟାକୁ ବାତିଲ୍‌ କରି ଦିଆଯାଇଥିଲା ଏବଂ ବିମାନ ଭୁବନେଶ୍ବରକୁ ଫେରି ଯାଇଥିଲା।

ଆବଶ୍ୟକ ମରାମତି ପରେ ରନ୍‌ୱେ ପୁଣିଥରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍‌ରେ ଉକ୍ତ ବିମାନ ଝାରସୁଗୁଡ଼ାରେ ଅବତରଣ କରିଥିଲା। ଡ. ମିଶ୍ର ଝାରସୁଗୁଡ଼ାରେ ପହଞ୍ଚିବା ପରେ ସମ୍ବଲପୁର ଆଇଆଇଏମ୍‌ ନିର୍ଦ୍ଦେଶକ ଡ.ମହାଦେବ ଜୟସ୍ବାଲ ତାଙ୍କୁ ସ୍ବାଗତ କରିଥିଲେ ଏବଂ ସେଠାରୁ ସେ ସମ୍ବଲପୁର ଅଭିମୁଖେ ଯାଇଥିଲେ। ଆସନ୍ତାକାଲି ଆଇଆଇଏମ୍ ସମ୍ବଲପୁରର ନବମ ସମାବର୍ତ୍ତନ ଉତ୍ସବରେ ଡ.ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe