ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ଘଟଣା: କୋର୍ଟରେ ଅଭିଯୋଗକାରୀଙ୍କ ବୟାନ ରେକର୍ଡ

Advertisment
ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ଥାନାରେ ମାମଲା ରୁଜୁର ଦିନକ ପରେ ଦିଲ୍ଲୀ ପଳାଇଲେ କେନ୍ଦ୍ରମନ୍ତ୍ରୀ

ବାରିପଦା : ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ଼ ମାରିବା ଘଟଣାରେ ପୁଲିସ ତଦନ୍ତ ଆଉ ପାଦେ ଆଗେଇଛି। ଆଜି ବାରିପଦା ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୋଗକାରୀ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକଙ୍କ ବୟାନ ରେକର୍ଡ କରାଯାଇଛି। ଏଥିସହ ପୁଲିସ ମଧ୍ୟ ନିଜ ବୟାନ କୋର୍ଟରେ ଦାଖଲ କରିଛି।

ପ୍ରକାଶଥାଉକି, ଜାନୁଆରି ୧୧ ତାରିଖରେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ, ଏଥିରେ ତାଙ୍କର କୌଣସି ସଂପୃକ୍ତି ନଥିବା ଏବଂ ଷଡ଼୍‌ଯନ୍ତ୍ର କରି ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ମୂଳରୁ କହି ଆସୁଛନ୍ତି। ଏଥିସହିତ, ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe