ଯୋଜନା ଅପହଞ୍ଚ: ପଲିଥିନ୍‌ ଛପର ତଳେ ବିତୁଛି ଜୀବନ

ଯୋଜନା ଅପହଞ୍ଚ: ପଲିଥିନ୍‌ ଛପର ତଳେ ବିତୁଛି ଜୀବନ

ରାଜସୁନାଖଳା: ଆର୍ଥିକ ଅନଟନ ମଧ୍ୟରେ ଦିନ କଟୁଥିବା ପରିବାରଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ ଅନେକ ଯୋଗ୍ୟ ପରିବାର ଏହି ତାଲିକାରେ ସାମିଲ ହୋଇପାରୁନଥିବା ଦେଖିବାକୁ ମିଳିଛି। ଏହା କୌଣସି ଉପାନ୍ତ ଅଞ୍ଚଳ କଥା ନୁହଁ, ପଞ୍ଚାୟତ ଅଫିସଠାରୁ ୨୫ ମିଟର ଦୂରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତର ୮ ନମ୍ବର ୱାର୍ଡଠାରେ ଦେଖିବାକୁ ମିଳିଛି। ଉକ୍ତ ୱାର୍ଡର ଖଗେଶ୍ୱର ସାହୁ (ବାବୁଲି) ଅତ୍ୟନ୍ତ ଗରିବ ଶ୍ରେଣୀର। ଦୀର୍ଘ ବର୍ଷ ତଳୁ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନାହିଁ। ଫଳରେ ପରିବାର ସହ ଜରି ପାଲ ଟଣା ଭଙ୍ଗା ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।

ଘର ଖଣ୍ଡେ କରିବାକୁ ତାଙ୍କ ପାଖେ ସମ୍ବଳ ନଥିବାରୁ ବର୍ଷା ଦିନେ ଜୀବନ ଅତିବାହିତ କରିବା ଖଗେଶ୍ୱରଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି। ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଖଗେଶ୍ୱର ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇପଡିଛନ୍ତି ଏବଂ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ପରିବାର ସହ ଭୋଟ୍‌ ବର୍ଜନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରଣପୁର ବିଡିଓଙ୍କ ସହ ମୋବାଇଲ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ତୁରନ୍ତ ଏ ଗରିବ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାପାଇଁ ପ୍ରଶାସନ ନିକଟରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe