ନଡ଼ିଆକତା ସହ ୭ଟି କ୍ଲଷ୍ଟର ପାଇଁ କେନ୍ଦ୍ରକୁ ସୁପାରିସ

ନଡ଼ିଆକତା ସହ ୭ଟି କ୍ଲଷ୍ଟର ପାଇଁ କେନ୍ଦ୍ରକୁ ସୁପାରିସ

ଭୁବନେଶ୍ୱର : ରାଜ୍ୟର ପୁରୀର ତେଇଶ୍‌ପୁରରେ ନଡ଼ିଆକତା କ୍ଲଷ୍ଟର ସହିତ ୭ଟି କ୍ଲଷ୍ଟର ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ଉନ୍ନୟନ କମିସନରଙ୍କୁ ସୁପାରିସ କରାଯାଇଛି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରକଳ୍ପ ଷ୍ଟିଅରିଂ କମିଟି ବୈଠକରେ ପାରାଦୀପରେ ଶୁଖୁଆ କ୍ଲଷ୍ଟର, ବାଲେଶ୍ୱରରେ ଚାଉଳ ମିଲ୍‌ କ୍ଲଷ୍ଟର, ପୁରୀର ତେଇଶ୍‌ପୁରଠାରେ ନଡ଼ିଆକତା କ୍ଲଷ୍ଟର ଆଦି ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ପାରାଦୀପ ଶୁଖୁଆ କ୍ଲଷ୍ଟରରେ ୪୨୪ଟି ଅଣୁ ଉଦ୍ୟୋଗ ସହିତ ୨୪ ସଦସ୍ୟ ବିଶିଷ୍ଟ ସ୍ପେସାଲ ପର୍ପଜ ଭେଇକିଲ୍‌(ଏସ୍‌ପିଭି) ଗଠନ ପ୍ରସ୍ତାବ ରହିଛି। ଶୁଖୁଆ କ୍ଲଷ୍ଟରର ସମୁଦାୟ ପ୍ରକଳ୍ପ ମୂଲ୍ୟ ୯.୫୫ କୋଟି ଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ଅଂଶ ୬.୫ କୋଟି ଟଙ୍କା ରହିଛି। ସେହିଭଳି ପୁରୀର ତେଇଶ୍‌ପୁରଠାରେ ପ୍ରସ୍ତାବିତ ନଡ଼ିଆକତା କ୍ଲଷ୍ଟରର ପ୍ରକଳ୍ପ ମୂଲ୍ୟ ୧୨.୨୫ କୋଟି। ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ ୯.୩୧ କୋଟି ରହିବ। ବାଲେଶ୍ୱରର ଚାଉଳ ମିଲ କ୍ଲଷ୍ଟର ପ୍ରକଳ୍ପ ମୂଲ୍ୟ ୧୪.୯୮ କୋଟି ମଧ୍ୟରୁ କେନ୍ଦ୍ରୀୟ ଅଂଶ ୧୦.୪୯ କୋଟି ଟଙ୍କା ରହିବ। ଏହାଛଡ଼ା ଇଡ୍‌କୋ ନେଇଥିବା ବାଲେଶ୍ୱର ଜିଲ୍ଲାସ୍ଥିତ ଅଙ୍ଗାରଗାଡ଼ିଆଠାରେ ୮.୫ କୋଟି, ପାରାଦୀପ, ଜଗତପୁର ଓ ଚନ୍ଦକା ପାଇଁ ପ୍ରତ୍ୟେକ ୧୦ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟର ଶିଳ୍ପାଞ୍ଚଳ ଉନ୍ନତୀକରଣ ପ୍ରସ୍ତାବକୁ କମିଟି ମଞ୍ଜୁରି ଦେଇଥିଲା। ଏହି ପ୍ରସ୍ତାବଗୁଡ଼ିକୁ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟକୁ ସୁପାରିଶ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe